ଆତଙ୍କବାଦୀଙ୍କ ଟାର୍ଗେଟରେ ଓଡିଶା : ଆତଙ୍କୀ ଆକ୍ରମଣର ମୁକାବିଲା ପାଇଁ ଓଡିଶା ପୋଲିସକୁ ଜ୍ଞାନ ଦେଲେ ଏନଆଇଏ ଡିଜି

807

କନକ ବ୍ୟୁରୋ : ଓଡ଼ିଶାରେ ଏଏନଆଇଏ ଡ଼ିଜି ଯୋଗେଶ ଚନ୍ଦ୍ର ମୋଦି । ଆତଙ୍କୀ ଆକ୍ରମଣ ବେଳେ କିଭଳି ଏହାର ମୁକାବିଲା କରିହେବ ସେନେଇ ଓଡ଼ିଶା ପୋଲିସର ବରିଷ୍ଠ ଅଧିକାରୀଙ୍କୁ ମନ୍ତ୍ର ଦେଇଛନ୍ତି ଏନଆଇଏ ଡ଼ିଜି ଯୋଗେଶ ଚନ୍ଦ୍ର ମୋଦି । ଏନେଇ ଏକ ତାଲିମ ଶିବିର ଓଡ଼ିଶା କ୍ରାଇମବ୍ରାଞ୍ଚ ପକ୍ଷରୁ ଆୟୋଜନ କରାଯାଇଥିଲା । ଓଡ଼ିଶା ଆତଙ୍କବାଦୀଙ୍କ ଟାର୍ଗେଟରେ ରହିଛି । ବିଶେଷକରି ସମୁଦ୍ରପଥ ଦେଇ ଆତଙ୍କୀ ଆକ୍ରମଣର ସମ୍ଭାବନା ବେଶି ରହିଛି । କେନ୍ଦ୍ର ଗୋଇନ୍ଦା ବିଭାଗ ମଧ୍ୟ ଏନେଇ ରିପୋର୍ଟ ଦେଇଛନ୍ତି । ଏପରିକି ପୂର୍ବରୁ ମଧ୍ୟ ଆତଙ୍କବାଦୀ ଲିଙ୍କରେ ଅବଦୁର୍ ରହମାନ ଏବଂ ରାଉରକେଲାର ଏକାଧିକ ଅପରାଧୀ ଗିରଫ ହୋଇଛନ୍ତି ।

ତେଣୁ ସମୁଦ୍ର ଉପକୂଳ ଜିଲ୍ଳା ବିଷୟରେ ମୋଦି ଡ଼ିଜିପିଙ୍କ ସହ ଆଲେଚନା କରି କେମିତି ଆତଙ୍କୀ ଆକ୍ରମଣର ମୁକାବିଲା କରିବେ ସେ ନେଇ ଟିପ୍ସ ଦେଇଛନ୍ତି । ନକ୍ସଲ ଓ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ଉପରେ ରୋକ୍ ଲଗାଇବାକୁ ସେ ପରାମର୍ଶ ଦେଇଛନ୍ତି । ବିଶେଷ କରି ଓଡିଶାର ଐତିହ୍ୟ ଓ ମନ୍ଦିରମାନଙ୍କରେ ସୁରକ୍ଷା ବ୍ୟବସ୍ଥାକୁ କିଭଳି କଡାକଡି କରାଯାଇ ଆତଙ୍କବାଦୀ କାର୍ଯ୍ୟକଳାପକୁ ରୋକିହେବ ସେନେଇ ବାଟ ବତାଇଇଛନ୍ତି ଅଧିକାରୀ। ଏହି ପାଣ୍ଠି ବନ୍ଦ ହୋଇଗଲେ ନକ୍ସଲ ଓ ଆତଙ୍କବାଦ ବି ବନ୍ଦ ହୋଇଯିବ ବୋଲି କହିଛନ୍ତି ଏନଆଇଏ ଡିଜି ।