ଡିଜିଟାଲ ଯୁଗର ନୂଆ ବିପ୍ଳବ, କ୍ରସେଡର ଟେକ୍ ସଲ୍ୟୁସନ

186

କନକ ବ୍ୟୁରୋ : ଆଜିର ଦିନରେ ପୃଥିବୀର କୋଣଅନୁକୋଣରେ ଥିବା ପ୍ରତିଟି ବସ୍ତୁ, ସ୍ଥାନ ତଥା ଜନସାଧାରଣଙ୍କୁ ଯୋଗାଯୋଗ କରିବାରେ, ସେବା ମିଳିବାରେ ତଥା ତଥ୍ୟ ସବୁକୁ ସଂଗ୍ରହ କରିବାରେ ପ୍ରଯୁକ୍ତି ବିଦ୍ୟା ତୁଲାଉଛି ଗୁରୁତ୍ୱପୂର୍ଣ୍ଣ ଭୂମିକା ପ୍ରଯୁକ୍ତି ବିଦ୍ୟାର ଆଧୁନିକୀକରଣ, ନୂଆ ଉଦ୍ଭାବନ ମଧ୍ୟ ଦେଶବିଦେଶ ମଧ୍ୟରେ ଶିଳ୍ପ, ବାଣିଜ୍ୟ, ସଂସ୍କୃତି, କ୍ରୀଡା ଆଦି କ୍ଷେତ୍ରରେ ସମୃଦ୍ଧି ପଥକୁ ସୁଗମ କରିଛି କ୍ଷ ଏହି ପ୍ରଯୁକ୍ତି ବିଦ୍ୟା/ଟେକନୋଲୋଜିକୁ ନେଇ ଶିଳ୍ପକ୍ଷେତ୍ରରେ ମଧ୍ୟ ନୂଆ ସୁଯୋଗ ସୃଷ୍ଟି ହେଉଛି ଏବଂ ବହୁତ ସଫଳ ଉଦ୍ୟୋଗୀ ମଧ୍ୟ ପରିଚୟ ପାଇପାରୁଛନ୍ତି,  ଆମ ରାଜଧାନୀ ଭୁବନେଶ୍ୱରରେ ଗତ ଏକ ଦଶନ୍ଧି ମଧ୍ୟରେ ଗଢିଉଠିଥିବା ଏକ ଅଗ୍ରଣୀ ଅନୁଷ୍ଠାନ କ୍ରସେଡର ଟେକ ସଲ୍ୟୁସନ ଅନ୍ୟମାନଙ୍କ ପାଇଁ ସାଜିଛି ଉଦାହରଣ,ଦୁଇ ଯୁବ ଇଞ୍ଜିନିୟରଙ୍କ ସହାଭାଗିତାରେ ଆରମ୍ଭ ହୋଇଥିବା ଏହି ଅନୁଷ୍ଠାନ ରାଜ୍ୟରେ ତଥା ଅନ୍ୟରାଜ୍ୟରେ ଯୋଗାଉଛି ସହଜ, ସରଳ ଟେକ୍ନୋଲୋଜି ସେବା ,ପ୍ରାଥମିକ ପର୍ୟ୍ୟାୟରେ ଗୋଟିଏ କ୍ଷୁଦ୍ର ବାଣିଜ୍ୟ କେନ୍ଦ୍ରର ପ୍ରଚାର,ପ୍ରସାର ଠାରୁ ଆରମ୍ଭ କରି ନିୟମିତ ତଥ୍ୟ ଆଦାନପ୍ରଦାନ, ବଜାରଚାହିଦା ସୃଷ୍ଟି କରିବା କ୍ଷେତ୍ରରେ ପାଇଛି ଅଦ୍ଭୁତ ସଫଳତା, ସ୍ଥାନୀୟ ପ୍ରତିଭାଙ୍କୁ ନିଯୁକ୍ତିର ସୁଯୋଗ ଦେଇ ଓଡିଶାର ଶିକ୍ଷାବ୍ୟବସ୍ଥାକୁ ସୁଦୃଢ କରିବା ସହ ବିଭିନ୍ନ ସାମାଜିକ ଅନୁଷ୍ଠାନଗୁଡିକୁ ସହଯୋଗ କରି ସମାଜର ଉନ୍ନତି ପାଇଁ ଏହି ଅନୁଷ୍ଠାନର ରହିଛି ଅଦମ୍ୟ ପ୍ରୟାସ, ଏହାର ପ୍ରତିଷ୍ଠାତା ଅମିତ ପ୍ରକାଶ ନାୟକ ଏବଂ ବିଧାନ ପଟ୍ଟନାୟକଙ୍କ ମତ ଅନୁଯାୟୀ ବହୁତ ବାଧାବିଘ୍ନ ସତ୍ତ୍ୱେ ନିଜର ନିଷ୍ଠାପରତା, ସମୟାନୁବର୍ତ୍ତିତା ଏବଂ ଦୃଢସଂକଳ୍ପ ଏହି ଯାତ୍ରାକୁ ସୁଗମ କରିବାର ଚାବିକାଠି ହୋଇଛି, ବିଗତ ଦିନରେ ଏହି ଅନୁଷ୍ଠାନ ନିଜର ଦକ୍ଷତା ପ୍ରତିପାଦନ ପାଇଁ ବିଭିନ୍ନ ଅନୁଷ୍ଠାନ ଦ୍ୱାରା ପୁରସ୍କୃତ ହୋଇଛନ୍ତି, ଯାହାକି ସେମାନଙ୍କ ପାଇଁ ଉତ୍ସାହର କେନ୍ଦ୍ରବିନ୍ଦୁ, ଆଗାମୀ ଦିନରେ ରାଜ୍ୟ ତଥା ଦେଶରେ ତୃଣମୂଳସ୍ତରରେ ଏହି ଟେକ୍ନୋଲୋଜିକୁ ପର୍ୟ୍ୟାପ୍ତ ଉପଯୋଗ କରି ଏକ ସମୃଦ୍ଧ ରାଷ୍ଟ୍ର ଗଠନ ପାଇଁ ସେବା ଜାରି ରଖିବ ବୋଲି ଦୁଇ ଉଦ୍ୟୋଗୀ ନିଜର ଯାତ୍ରା ଜାରି ରଖିଛନ୍ତି