ନିଟ୍ ନାମଲେଖା ପାଇଁ ଆନ୍ଦୋଳନରେ ବସିଥିବା ଡାକ୍ତରଙ୍କ ପାଇଁ ଖୁସି ଖବର: ଜାନୁଆରୀ ୬ ପୂର୍ବରୁ ହୋଇପାରେ କାଉନସେଲିଂ, ସ୍ୱାସ୍ଥ୍ୟମନ୍ତ୍ରୀ ଦେଲେ ସୂଚନା

112

କନକ ବ୍ୟୁରୋ: ନିଟ୍ ନାମଲେଖା ପାଇଁ ଦାବି କରି ଆନ୍ଦୋଳନରେ ବସିଥିବା ଡାକ୍ତରଙ୍କ ପାଇଁ ଖୁସି ଖବର । ଜାନୁଆରୀ ୬ ପୂର୍ବରୁ ପିଜି କାଉନସେଲିଂ ଆରମ୍ଭ ହେବ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ଏହି ସୂଚନା ଦେଇଛନ୍ତି । ଏଥିସହ ଆନ୍ଦୋଳନରତ ଡାକ୍ତରଙ୍କ ବିରୋଧରେ ଏଫଆଇଆର ହେବନି ବୋଲି ମନ୍ତ୍ରୀ ଆଶ୍ୱସନା ଦେଇଥିବା ସୂଚନା ରହିଛି । ଗୁରୁବାର ଇଣ୍ଡିଆନ୍ ମେଡିକାଲ ଆସୋସିଏସନ ମନ୍ତ୍ରୀଙ୍କୁ ଭେଟିଥିଲେ ।

ଏହି ସମୟରେ ଆଇଏମଏ ପରୀକ୍ଷା ଶୀଘ୍ର କରାଇବାକୁ ଦାବି କରିବା ସହିତ ଆନ୍ଦୋଳନରତ ଡାକ୍ତରଙ୍କ ବିରୋଧରେ ଏଫଆଇଆର ନହେଉ ବୋଲି ଦାବି କରିଥିଲା । ଆଇଏମଏ କହିଛି ହଜାର ହଜାର ଡାକ୍ତର ବର୍ଷେ ହେବ ମେଡିକାଲ କାଉନସେଲିଂ ପାଇଁ ଅପେକ୍ଷା କରିଛନ୍ତି । କରୋନା ମହାମାରୀ ପାଇଁ ପରୀକ୍ଷା ବିଳମ୍ବ ହେଉଛି । କିନ୍ତୁ ଏବେର ସ୍ଥିତି ଯାହା ଦେଶରେ ଓମିକ୍ରନ ପାଇଁ ତୃତୀୟ ଲହର ଆସିପାରେ । ଏପରି ସ୍ଥିତିରେ ହସ୍ପିଟାଲର ଡାକ୍ତର ଆନ୍ଦୋଳନ କରୁଛନ୍ତି ।