ନାଗପୁରରେ କଙ୍ଗାର ଟିମକୁ ଘାଇଲା କଲେ ଜାଡେଜା – ଅଶ୍ୱିନୀ ଯୋଡ଼ି, ପ୍ରଥମ ଦିନରେ କଙ୍ଗାରୁ ଟିମ୍ ୧୭୭ ରନରେ ଅଲଆଉଟ

142

କନକ ବ୍ୟୁରୋ : କମବ୍ୟାକ୍ ମ୍ୟାଚରେ ଜାଡେଜାଙ୍କ କମାଲ୍ । ନାଗପୁରରେ ଆରମ୍ଭ ହୋଇଥିବା ପ୍ରଥମ ଟେଷ୍ଟର ପ୍ରଥମ ଦିବସରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି ଅଷ୍ଟ୍ରେଲିଆ । ମାତ୍ର ୧୭୭ ରନରେ ଅଲଆଉଟ୍ ହୋଇଛି କଙ୍ଗାରୁ ଟିମ୍ । ଭାରତୀୟ ସ୍ପିନର ରବୀନ୍ଦ୍ର ଜାଡେଜା ୪୭ ରନ୍ ଦେଇ ୫ଟି ଏବଂ ଅଶ୍ୱିନ୍ ୩ଟି ୱିକେଟ୍ ନେଇଛନ୍ତି । ଟସ୍ ଜିତି ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆକୁ ପ୍ରାରମ୍ଭିକ ଝଟକା ଦେଇଥିଲେ ଶାମି ଓ ସିରାଜଙ୍କ ପେସ୍ ଯୋଡ଼ି । ଦୁଇ ପେସର ଭ୍ରମଣକାରୀ ଦଳର ଓପନିଂ ଯୋଡ଼ିକୁ ଶସ୍ତାରେ ପ୍ୟାଭିଲିୟନ ପଠାଇଥିଲେ । ବିଶ୍ୱର ଦୁଇ ଶୀର୍ଷ ବ୍ୟାଟର ମାର୍ନସ ଲାବୁସେନ୍ ଓ ଷ୍ଟିଭ୍ ସ୍ମିଥ୍ ଭାରତର ବୋଲିଂ ଆକ୍ରମଣକୁ ଦୃଢ଼ତାର ସହ ସାମ୍ନା କରିଥିଲେ ।

କିନ୍ତୁ ମଧ୍ୟାହ୍ନ ଭୋଜନ ପରେ ଜାଡେଜା ଲାବୁସେନଙ୍କୁ ଆଉଟ ଏହି ସେଟ୍ ଯୋଡ଼ିକୁ ଭାଙ୍ଗିଥିଲେ । ଲାବୁସେନ୍ ୪୯ ରନ୍ କରି ଆଉଟ୍ ହୋଇଥିଲେ । ପରେ ଅଷ୍ଟ୍ରେଲିଆ ଇନିଂସକୁ ସାରିବାରେ ଜାଡେଜା ଓ ଅଶ୍ୱିନଙ୍କୁ ବିଶେଷ ସମସ୍ୟା ହୋଇନଥିଲା । ଜବାବରେ ଭାରତ ଭଲ ଆରମ୍ଭ କରିଥିଲା । ଅଧିନାୟକ ରୋହିତ ଶର୍ମା ଓ ଲୋକେଶ ରାହୁଲ ପ୍ରଥମ ୱିକେଟ୍ ପାଇଁ ୭୬ ରନ୍ ଯୋଡ଼ିଥିଲେ । ରାହୁଲ ୨୦ ରନ୍ କରି ଆଉଟ୍ ହୋଇଥିବା ବେଳେ ରୋହିତ୍ ୫୬ ରନ୍ କରି ଅପରାଜିତ ରହିଛନ୍ତି ।