ଭିଜିଲାନ୍ସ ଜାଲରେ କୋଟିପତି ସରକାରୀ ବାବୁ । ନୟାଗଡ ଏମଭିଆଇ ପଞ୍ଚାନନ ବେହେରାଙ୍କ ଅମାପ ଆୟବହିର୍ଭୁତ ସମ୍ପତ୍ତିି ଠାବ । ଲିଷ୍ଟ ଜାଣିଲେ ତାଜୁବ ହେବେ ।

194

କନକ ବ୍ୟୁରୋ: ନୟାଗଡ ଏମଭିଆଇ ପଞ୍ଚାନନ ବେହେରାଙ୍କ କୋଟି କୋଟି ଟଙ୍କାର ଆୟବହିର୍ଭୁତ ସମ୍ପତ୍ତିି ଠାବ କରିଛି ଭିଜିଲାନ୍ସ । ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନରେ ତାଙ୍କର ୩୧ଟି ବିଭିନ୍ନ ପ୍ଲଟ ରହିଛି । ଏଥିମଧ୍ୟରେ ୧୦ଟି ବେନାମୀ ପ୍ଲଟ ବି ଅଛନ୍ତି । ଏମଭିଆଇ ବେହେରାଙ୍କ ସାଲେପୁରସ୍ଥିତ ପୈତୃକ ଘର ସମେତ ମୋଟ ୭ଟି ସ୍ଥାନରେ ଚଢାଉ ହୋଇଥିଲା । ଏହି ସମୟରେ ସେ କୋଟି କୋଟି ଟଙ୍କାର ଆୟବର୍ହିଭୂତ ସମ୍ପତି ଠୁଳ କରିଥିବା ସାମ୍ନାକୁ ଆସିଛି । ଶୈଳଶ୍ରୀବିହାର ଓ ପାଣ୍ଡରାରେ କୋଠା ବି ରହିଛି । ୭୨ ଲକ୍ଷ ଟଙ୍କାର ବ୍ୟାଙ୍କ ଡିପୋଜିଟ ବି ଠାବ ହୋଇଛି ।

କେବଳ ଭୁବନେଶ୍ୱର ପଥରଗାଡିଆ ମୌଜାରେ ଦାମୀ ୧୨ଟି ପ୍ଲଟ ରହିଛି । ନିଜ ଶଳା ଓ ଅନ୍ୟ ସମ୍ପର୍କୀୟଙ୍କ ନାଁରେ ବି ସେ ପ୍ଲଟ କିଣିଥିବା ଚଢାଉ ବେଳେ ଜଣାପଡିଛି । ୧୫ ଲକ୍ଷରୁ ଅଧିକ ଟଙ୍କାର ନଗଦ ଟଙ୍କା, ସୁନା ଓ ଗୃହ ଉପକରଣ ମିଳିଛି । ଏହାଛଡା ୪ଟି ବେନାମୀ ଗାଡି ବି ରହିଛି । ଏହା ଅନ୍ୟମାନଙ୍କ ନାଁରେ ଥିବାର ଜଣାପଡିଛି । ନିଜ ପୁଅକୁ ଏମବିବିଏସ ପଢାଇବା ପାଇଁ ସେ ୫୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ଭିଜିଲାନ୍ସ ଜାଣିବାକୁ ପାଇଛି । ଅଧିକ ତଥ୍ୟ ଜାଣିବା ପାଇଁ ପଂଚାନନ ବେହେରାଙ୍କୁ ଜେରା କରାଯାଉଛି ।