ମହିଳାଙ୍କୁ ବିଭତ୍ସ ହତ୍ୟା ଅଭିଯୋଗ : କଂଟିଲୋ କମେଇ ମୁହାଣ ନିକଟରୁ ଅଧାପୋଡା ମୃତ ଦେହ ଉଦ୍ଧାର

30

କନକ ବ୍ୟୁରୋ : ମହିଳାଙ୍କୁ ବିଭତ୍ସ ହତ୍ୟା । ନୟାଗଡ ଜିଲ୍ଲା ଖଣ୍ଡପଡା ଥାନା ଅନ୍ତର୍ଗତ କମେଇ ମୁହାଣ ନିକଟରେ ଜଣେ ଅଜଣା ମହିଳାଙ୍କ ଅଧାପୋଡା ମୃତ ଦେହ ଉଦ୍ଧାର ହୋଇଛି । ଗତକାଲି ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଯୋଜନାବଦ୍ଧ ଭାବେ ମହିଳାଙ୍କୁ ଆକ୍ରମଣ କରିଥିବା ଅନୁମାନ କରାଯାଉଛି । ମୃତ ମହିଳାଙ୍କ ଶରୀରର ଅଧା ଅଂଶ ପୋଡି ଯାଇଛି । ମୃତ ଦେହ ନିକଟରେ ଛୋଟ ପିଲାର ପୋଷାକ ମଧ୍ୟ ପଡିଥିବାର ଦେଖିବାକୁ ମିଳିଛି । ତେବେ ଛୁଆଟି ବିଷୟରେ କୌଣସି ସୂଚନା ମିଳିନାହିଁ । ଘଟଣାସ୍ଥଳରେ ଫତେଗଡ ପୁଲିସ ପହଁଚିଛି ତଦନ୍ତ କରୁଛି ।

ଦେଖନ୍ତୁ ଏହି ଭିଡିଓ :