ନୟାଗଡ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଲଙ୍କାକାଣ୍ଡ : ରୋଗୀ ମୃତ୍ୟୁକୁ ନେଇ ଭଙ୍ଗାରୁଜା ସହ ଡାକ୍ତରଙ୍କୁ ଆକ୍ରମଣ ଅଭିଯୋଗ
ନୟାଗଡ : ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଲଙ୍କାକାଣ୍ଡ । ରୋଗୀ ମୃତ୍ୟୁକୁ କେନ୍ଦ୍ର କରି ବ୍ୟାପକ ଭଙ୍ଗାରୁଜା ସହ ଡାକ୍ତରଙ୍କୁ ଆକ୍ରମଣ ଅଭିଯୋଗରେ ପୁଲିସ ୩ ଜଣଙ୍କୁ ଅଟକ ରଖିଛି । ଗତ ଶୁକ୍ରବାରଦିନ ଦଶପଲ୍ଲା ନଛିପୁର ଗାଁର ଜୟନ୍ତୀ ନାୟକ ସିକିଲସେଲ୍ ରୋଗର ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି ହୋଇଥିଲେ । ତେବେ ଗତକାଲି ରାତିରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା ।
Kanak News is now on WhatsApp
Join and get latest news updates delivered to you via WhatsApp
ଚିକିତ୍ସା ଅବହେଳା ଅଭିଯୋଗ କରି ଜୟନ୍ତିଙ୍କ ସଂପର୍କୀୟ ବିଳମ୍ବିତ ରାତିରେ ମେଡିକାଲରେ ବ୍ୟାପକ ଭଙ୍ଗାରୁଜା କରିଥିଲେ । ଏପରିକି ଜରୁରୀକାଳୀନ ଡ୍ୟୁଟିରେ ଥିବା ଡାକ୍ତରଙ୍କୁ ମଧ୍ୟ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ନୟାଗଡ ଟାଉନ ଥାନା ପୁଲିସ ଘଟଣାସ୍ଥଳରେ ପହଂଚି ମୃତକଙ୍କ ସ୍ୱାମୀ ଓ ଅନ୍ୟ ୨ ସଂପର୍କୀୟଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ।