ରଙ୍ଗେଇଲୁଣ୍ଡା କୃଷକ ସମାବେଶରେ ମୁଖ୍ୟମନ୍ତ୍ରୀଙ୍କ ଉଦବୋଧନ ! କାଳିଆ ଯୋଜନାର ସଫଳତା ବଖାଣିଲେ ନବୀନ

137

କନକ ବ୍ୟୁରୋ : ଗଞ୍ଜାମବାସୀଙ୍କୁ ନମସ୍କାର କହି ଅଭିଭାଷଣ ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ । ନବୀବ କହିଲେ ଚାଷୀଙ୍କୁ କାଳିଆ ଯୋଜନାରେ ସହାୟତା ପତ୍ର ପ୍ରଦାନ କରିଛି । ଜିଲ୍ଲାର ବିକାଶ ପାଇଁ ୧୧ଶହ କୋଟି ଟଙ୍କାର ପ୍ରକଳ୍ପ ଶିଳାନ୍ୟାସ କରିଥିବା କହିଛନ୍ତି ନବୀନ ପଟ୍ଟନାୟକ । ୭୧୬ କୋଟି ଟଙ୍କାର ପ୍ରକଳ୍ପର ଉଦଘାଟନ ସହ ୨୯୬ କୋଟି ଟଙ୍କାର ପ୍ରକଳ୍ପ ଭିତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଠାରେ ମୁଖ୍ୟମନ୍ତ୍ରୀ ପ୍ରାୟ ୨୫ ହଜାର ଚାଷୀଙ୍କୁ ବିଭି୍ନ କୃଷି ଉପକରଣ ବାଂଟିଛନ୍ତି । ରଙ୍ଗେଇଲୁଣ୍ଡା ଚାଷୀ ସମାବେଶରେ ଜିଲ୍ଲାର ୨୨ଟି ବ୍ଲକର ଚାଷୀମାନେ ଯୋଗଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଆଖିରେ ରଖି ସୁରକ୍ଷା କଡାକଡି କରାଯାଇଥିଲା ।

ସୂଚନାଯୋଗ୍ୟ ଆଜି ମୁଖ୍ୟମନ୍ତ୍ରୀଙ୍କ ଗଂଜାମର ରଙ୍ଗେଇଲୁଣ୍ଡାରେ ବିଭି୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଭିତିପ୍ରସ୍ତର ସ୍ଥାପନ କରିଛନ୍ତି । ଜିଲ୍ଲା ପାଇଁ ୧୧ ଶହ କୋଟିର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି । ଏହି ଅବସରରେ ଚାଷୀଙ୍କୁ କାଳିଆ ସହାୟତା ମଧ୍ୟ ପ୍ରଦାନ କରାଯାଇଛି ।