ମିଶନଶକ୍ତି ମହାସମାବେଶରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା ! ଛଉ ନୃତ୍ୟ ପାଇଁ ଗବେଷଣା କେନ୍ଦ୍ର ଓ ବାରିପଦାରେ ତିଆରି ହେବ ରିଙ୍ଗ ରୋଡ଼୍

247

କନକ ବ୍ୟୁରୋ : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିନିକିଆ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଯାଇ୧୧ଟି ଜନହିତକର ପ୍ରକଳ୍ପର ଉଦଘାଟନ୍ କରିବା ସହିତ ୬ଟି ଜନହିତକାରୀ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ୧୫୦ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମିଶନ୍ ଶକ୍ତି ମହାସମାବେଶରେ ମୁଖ୍ୟମନ୍ତ୍ରୀ ଚାରୋଟି ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବାରିପଦାର କୋଅପରେଟିଭ୍ ବ୍ୟାଙ୍କ୍ ପୁନ! କାର୍ଯ୍ୟକ୍ଷମ ହେବ । ରାଜ୍ୟ ସରକାର ଏଥିପାଇଁ ଟଙ୍କା ଯୋଗାଇ ଦେବେ । ଖୁବ ଶୀଘ୍ର କାମ ଆରମ୍ଭ ପାଇଁ କେନ୍ଦ୍ର ସହ କଥାହେବେ ବୋଲି କହିଲେ ନୀବନ । ଏହାବ୍ୟତୀତ ବନ୍ୟାରୁ ରକ୍ଷା ପାଇବା ପାଇଁ ବାରିପଦାରେ ରିଙ୍ଗ ରୋଡ଼୍ ତିଆରି ହେବ । ଛଉ ନୃତ୍ୟ ଉପରେ ଅଧିକ ଗବେଷଣା ପାଇଁ କେନ୍ଦ୍ର ପ୍ରତିଷ୍ଠା କରାଯିବ । ମୟୁରଭଞ୍ଜ ଆୟୁର୍ବେଦିକ କଲେଜକୁ ସରକାରୀ କରାଯିବ ।

ସୂଚନାଯୋଗ୍ୟ ବାରିପଦା ଛଉପଡିଆରେ ମିଶନ ଶକ୍ତି ମହାସମାବେଶରେ ଉଦଳା ୧୯ ନମ୍ବର ରାଜ୍ୟ ରଜପଥ ଚମ୍ପା ନଦୀ ଉପରେ ହାଇଲେଭଲ୍ ସେତୁ, ଉଦଳା ଉପଖଣ୍ଡ ଚିକିତ୍ସାଳୟର ୫୦ ଶଯ୍ୟା ବିଶିଷ୍ଟ ମାତୃ ଓ ଶିଶୁ ଚିକିତ୍ସାକେନ୍ଦ୍ରର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ତକତପୁର ଏମପିସି ଜୁନିଅର କଲେଜ ଏବଂ ବାରିପଦା ମହିଳା ମହାବିଦ୍ୟାଳର ୩ ଶହ ସିଟ୍ ବିଶିଷ୍ଟ ଛାତ୍ରୀ ନିବାସ, ୩ଟି ପାଇପ୍ ଜଳ ଯୋଗାଣ ପ୍ରକଳ୍ପର ଶୁଭ ଉଦଘାଟନ୍ କରିଛନ୍ତି ନବୀନ ।

ଏହାସହ ବୁଢାବଳଙ୍ଗ ନଦୀ ଉପରେ ସେତୁ, ବାରିପଦା-ପ୍ରତାପପୁର-ବଡସାହି-ମାଣତ୍ରୀ ରାସ୍ତାର ଉରା ନାଳ ଉପରେ ସେତୁ, କପ୍ତିପଦା ବଡଗୁଡୁଗୁଡିଆ ଏବଂ ଶୁଳିଆପଦା ବ୍ଲକର ଧାତିକାରେ ୨ଟି ଜଳ ଯୋଗାଣ ପ୍ରକଳ୍ପର ଶିଳାନ୍ୟାସ କଲେ । ଏହାସହ ମିଶନ ଶକ୍ତି ଯୋଜନାରେ ୨୦ ହଜାର୨୯୫ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ୧୫ ହଜାର ଟଙ୍କା ଲେଖାଏଁ ସିଡ୍ ମନି ସହାୟତା, ୨୬ଟି ବ୍ଲକସ୍ତରୀୟ ମହାସଂଘକୁ ୨୫ ଲକ୍ଷ ଟଙ୍କା ଲେଖାଏ ଆର୍ଥିକ ସହାୟତା ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି । ମୟୂରଭଂଜ ଜିଲ୍ଲାରେ ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ମହାସଂଘ ଗୁଡିକୁ ସମୁଦାୟ ୪୯ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କଲେ ରାଜ୍ୟ ସରକାର ।