ବିଜେପୁର ଆସନ ଛାଡ଼ିଲେ ନବୀନ । ହିଞ୍ଜିଳି ରଖି ବିଜେପୁର ବିଧାନସଭା ଆସନରୁ ଇସ୍ତଫା ଦେଲେ ନବୀନ ପଟ୍ଟନାୟକ ।

1,467

କନକ ବ୍ୟୁରୋ: ବିଜେପୁର ବିଧାୟକ ପଦରୁ ଇସ୍ତଫା ଦେଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ଚିଠି ଲେଖି ବିଜେପୁର ବିଧାୟକ ପଦରୁ ଇସ୍ତଫା ଦେଇଥିବା ଜଣାଇଛନ୍ତି ନବୀନ ପଟ୍ଟନାୟକ । ସେହିଭଳି ନିଜର ପାରମ୍ପାରିକ ଆସନ ହିଞ୍ଜିଳି ବିଧାନସଭା ଆସନକୁ ବଜାୟ ରଖିଲେ ନବୀନ ପଟ୍ଟନାୟକ ।

ସେପଟେ ବିଜେପୁର ବିଧାୟକ ପଦରୁ ଇସ୍ତଫା ଦେବାପରେ ବିଜେପୁରବାସୀଙ୍କୁ ଚଳିତ ନିର୍ବାଚନରେ ସମର୍ଥନ ଜଣାଇଥିବାରୁ ଧନ୍ୟବାଦ ଦେଇଛନ୍ତି ନବୀନ  । ତେବେ ଚଳିତ ସାଧାରଣ ନିର୍ବାଚନରେ ପ୍ରଥମଥର ପାଇଁ ଦୁଇଟି ଆସନରୁ ନିର୍ବାଚନ ଲଢ଼ିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ନିଜର ପାରମ୍ପାରିକ ଆସନ ହିଞ୍ଜିଳି ବିଧାନସଭା ଆସନକୁ ରଖି ବିଜେପୁର ଆସନରୁ ଇସ୍ତଫା ଦେଇଛନ୍ତି ନବୀନ ପଟ୍ଟନାୟକ ।

ସବୁଠାରୁ ବଡ଼କଥା ହେଲା କି , ନିର୍ବାଚନରେ ବିଜୟୀ ହେବା ପରେ ବିଜେପୁରକୁ ଫୋକସରେ ରଖିଛନ୍ତି ନବୀନ । ଯେଉଁଥି ପାଇଁ ପଞ୍ଚମ ପାଳି ସରକାରର ଦ୍ୱିତୀୟ ଦିନରେ ବିଜେପୁର ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା ମଧ୍ୟ କରିଛନ୍ତି ନବୀନ ପଟ୍ଟନାୟକ । ବିଜେପୁରବାସୀଙ୍କ ଜୀବନଜିବୀକା ଏବଂ ଉନ୍ନତି ପାଇଁ ବିଭିନ୍ନ ଯୋଜନାକୁ କାର୍ଯ୍ୟକାରୀ କରିବାକୁ ନିଜେ ତଦାରଖ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ନବୀନ ।