ସଂସଦୀୟ ଦଳକୁ ଦାୟିତ୍ୱ ବାଣ୍ଟିଲେ ବିଜେଡି ସୁପ୍ରିମୋ । ଜାଣନ୍ତୁ, କାହାକୁ ମିଳିଲା କେଉଁ ଦାୟିତ୍ୱ ?

4,411

କନକ ବ୍ୟୁରୋ: ୧୭ ତମ ଲୋକସଭା ପାଇଁ ବିଜୁ ଜନତା ଦଳ ନେତାଙ୍କ ମଧ୍ୟରେ ଦାୟିତ୍ୱ ବଂଟନ କରିଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ । ପିନାକୀ ମିଶ୍ରଙ୍କୁ ଲୋକସଭାରେ ସଂସଦୀୟ ଦଳ ନେତା ଭାବେ ନିଯୁକ୍ତି ଦିଆଯାଇଛି । ପୂର୍ବରୁ ଏହି ଦାୟିତ୍ୱ ଭର୍ତୃହରି ମହତାବ ନିର୍ବାହ କରୁଥିଲେ । ବଡ କଥା ହେଉଛି , ଭର୍ତୃହରି ମହତାବଙ୍କୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି ନବୀନ । ବିଜୁ ଜନତା ଦଳ ପକ୍ଷକୁ ଯେଉଁ କମିଟି ଆସିବ, ତାର ଅଧ୍ୟକ୍ଷ ହେବେ ଭର୍ତୃହରି ।

ସେହିଭଳି ଅଚ୍ୟୁତ ସାମନ୍ତଙ୍କୁ ବିଜେଡି ସଂସଦୀୟ ଦଳର ମୁଖ୍ୟ ସଚେତକ ଦାୟିତ୍ୱ ମିଳିଥିବା ବେଳେ ଅନୁଭବ ମହାନ୍ତିଙ୍କୁ ବିଜେଡି ସଂସଦୀୟ ଦଳର ଉପମୁଖ୍ୟ ସଚେତକ ଦାୟିତ୍ୱ ମିଳିଛି । ଅନ୍ୟପଟେ ଜାତୀୟ ଗଣମାଧ୍ୟମ ସୂଚନା ମୁତାବକ, ଆସନ୍ତା ୧୭ ତାରିଖରୁ ଜୁଲାଇ ୨୬ ତାରିଖ ପର୍ଯ୍ୟନ୍ତ ୧୭ତମ ଲୋକସଭା ଅଧିବେଶନ ବସିବ । ତେବେ ବିଜୁ ଜନତା ଦଳ ତରଫରୁ ୧୨ ସାଂସଦଙ୍କ ସହ ଏଥର ଲୋକସଭାରେ କିଭଳି ରାଜ୍ୟର ଦାବି ଉପସ୍ଥାପନ କରିବ ବିଜେଡି ସେନେଇ ସଂସଦୀୟ ଦଳଙ୍କୁ ବିଭିନ୍ନ ଦାୟିତ୍ୱରେ ନିଯୁକ୍ତ କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ ।