ଚୀନରେ ଜଣେ ପର୍ଯ୍ୟଟକଙ୍କ ପର୍ସ ଚୋରାଇନେଲା ଦୁଷ୍ଟ ମାଙ୍କଡ଼ ! ଆଉ ପବନରେ ଉଡ଼ାଇଦେଲା ସବୁ ଟଙ୍କା

48

ସମସ୍ତେ ଜାଣନ୍ତି ମାଙ୍କଡ଼ମାନେ ଭାରି ଦୁଷ୍ଟ । କେତେବେଳେ କାହାର ଭୋଗ ଛଡ଼଼ାଇ ନିଅନ୍ତି ଆଉ ପୁଣି କେତେବେଳେ କାହା ବାଡ଼ିରେ ପଶି ସବୁ ପନିପରିବା ଖାଇଯାଆନ୍ତି । ପ୍ରାୟ ସମୟରେ ମାଙ୍କଡ଼ଙ୍କ ଦୁଷ୍ଟାମୀ ଦେଖିବାପାଇଁ ମିଳେ । ତେବେ ନିକଟରେ ଚୀନରେ ଏପରି ଏକ ଘଟଣା ଘଟିଛି । ଯାହା ଜାଣିଲେ ଆପଣ ହସିବେ ନାଁ ଦୁଃଖ କରିବ ଜାଣିପାରିବେ ନାହିଁ । ବୁଲିଆସିଥିବା ଜଣେ ପର୍ଯ୍ୟଟକଙ୍କ ପର୍ସ ଚୋରାଇ ନେଇ ସବୁ ଟଙ୍କା ପବନରେ ଭାରି ଖୁସିରେ ଉଡ଼ାଇ ଦେଲା ମାଙ୍କଡ଼ । ଲୋକେମାନେ ଦୁଷ୍ଟ ମାଙ୍ଗଡ଼ର କାରନାମ ଦେଖିଲେ ସତ ହେଲେ କିଛି କରିପାରିନଥିଲେ । ଏପରି ଏକ ଭିଡ଼ିଓ ଭାଇରାଲ ହୋଇଛି । ଭିଡ଼ିଓରେ ଦେଖାଯାଉଛି ମାଙ୍କଡ଼ଟି ଲୁହା ରେଲିଂ ଉପରେ ବସିଛି ଏବଂ ପର୍ସରୁ ଟଙ୍କା ବାହାର କରି ଆକାଶରେ ପବନରେ ଉଡ଼ାଉ ଦେଇଛି ।

ସୂଚନା ଅନୁସାରେ ଏହି ଘଟଣା ଚୀନର ସିଚୁଆନର ମାଉଂଟ ଏମପିର । ଯେଉଁଠି ଅନେକ ସମୟରେ ପର୍ଯଟକଙ୍କ ଭିଡ଼ ଜମେ । ଆଉ ସେଠାକାର ମାଙ୍କଡ଼ମାନେ ମଧ୍ୟ ବହୁତ ଦୁଷ୍ଟ । ଉକ୍ତ ଭିଡ଼ିଓ ଚୀନର ସୋସିଆଲ ମିଡ଼ିଆରେ ବହୁତ ଭାଇରାଲ ହେଉଛି । ପ୍ରକୃତକଥା ହେଲା ଜଣେ ପର୍ଯ୍ୟଟକ ସେଠାକୁ ବୁଲାବୁଲି କରିବା ପାଇଁ ଆସିଥିଲେ । ଆଉ ଦୁଷ୍ଟ ମାଙ୍ଗଡ଼ ସୁଯୋଗ ଦେଖି ପର୍ଯ୍ୟଟକଙ୍କ ଠାରୁ ପର୍ସ ଛଡ଼଼ାଇ ନେଇଗଲା । ଆଉ ପାଖ ରେଲିଂରେ ବସି ପ୍ରଥମେ ପର୍ସରେ କ’ଣ ଅଛି ଛାନଭିନ୍ କରିବାରେ ଲାଗିଲା । ଆଉ ପର୍ସରେ ଥିବା ଟଙ୍କାକୁ ପବନରେ ଉଡ଼଼ାଇବାରେ ଲାଗିଲା । ଆଉ ଏସବୁ କଲାପରେ ଖୁବ ବେପରୁୱା ଭାବେ ଖାଲି ପର୍ସିକୁ ଉକ୍ତ ପର୍ଯ୍ୟଟକଙ୍କ ପାଖକୁ ଫିଙ୍ଗିଦେଲା । ଆଉ ସେଠାରେ ଥିବା ଅନ୍ୟ ମାଙ୍ଗଡ଼ମାନେ ପୁଣି ପର୍ସକୁ ଉଠାଇନେଲେ ।