ସିନେ ପ୍ରେମୀଙ୍କ ପାଇଁ ଖୁସି ଖବର : ମାତ୍ର ୭୫ ଟଙ୍କାରେ ମିଳିବ ଫିଲ୍ମ ଟିକେଟ୍ : ଜାତୀୟ ସିନେମା ଦିବସ ପାଇଁ ଦର୍ଶକଙ୍କୁ ସ୍ୱତନ୍ତ୍ର ଅଫର

286

କନକ ବ୍ୟୁରୋ : ସିନେ ପ୍ରେମୀଙ୍କ ପାଇଁ ଖୁସି ଖବର । ୭୫ ଟଙ୍କାରେ ହଲରେ ଦେଖିପାରିବେ ଫିଲ୍ମ । ଦେଶର ସବୁ ହଲରେ ମିଳିବ ଏହି ସୁବିଧା । ଆସନ୍ତା ୧୬ ତାରିଖ ଜାତୀୟ ସିନେମା ଦିବସରେ ୭୫ ଟଙ୍କାରେ ମିଳିବ ଫିଲ୍ମ ଟିକେଟ୍ । ମଲ୍ଟିପ୍ଲେକ୍ସ ଆସୋସିଏସନ୍ ଇଣ୍ଡିଆ ପକ୍ଷରୁ ଏନେଇ ଘୋଷଣା କରାଯାଇଛି ।

ଆଜି ଆମେରିକାର ଜାତୀୟ ସିନେମା ଦିବସ । ଏଥିପାଇଁ ଆମେରିକାର ଫିଲ୍ମ ଟିକେଟ୍ ମୂଲ୍ୟ ରହିଛି ୩ ଡଲାର ବା ପାଖାପାଖି ୨୩୯ ଟଙ୍କା । ଆମେରିକାର ଏହି ଘୋଷଣା ପରେ ମଲ୍ଟିପ୍ଲେକ୍ସ ଆସୋସିଏସନ୍ ଇଣ୍ଡିଆ ପକ୍ଷରୁ ଏପରି ଘୋଷଣା କରାଯାଇଛି ।

ଏବେ ଫିଲ୍ମ ଟିକେଟର ମୂଲ୍ୟ ୨୦୦ରୁ ୩୦୦ ଟଙ୍କା ରହିଛି । ପିଭିଆର, ଆଇନକ୍ସ, ସିନେପୋଲିସ୍, କାର୍ନିଭାଲ ପରି ଦେଶର ପ୍ରମୁଖ ସିନେମା ହଲରେ ପାଖାପାଖି ୪ ହଜାର ସ୍କ୍ରିନ୍ ରହିଛି । ଜାତୀୟ ସିନେମା ଦିବସରେ ଏହି ସବୁ ହଲରେ ୭୫ ଟଙ୍କାରେ ଟିକେଟ୍ ମିଳିବ ।