ପାକିସ୍ତାନ ପାଇଁ ମୋଦିଙ୍କ ସର୍ତ୍ତ : ଭାରତ ସହ କଥାବାର୍ତା ହେବାକୁ ଚାହୁଁଥିଲେ ଆତଙ୍କବାଦରୁ ଦୂରେଇ ରୁହ

20

କନକ ବ୍ୟୁରୋ : ପୁଣି ପାକିସ୍ଥାନ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦି କହିଛନ୍ତି ଯେ ଭାରତ କେବଳ ଶାନ୍ତି ରାସ୍ତାରେ ଚାଲିପାରିବ ନାହିଁ । ପଡୋଶୀ ରାଷ୍ଟ୍ରମାନେ ବି ଶାନ୍ତିର ପଥ ଅବଲମ୍ବନ କରିବା ଉଚିତ । ଦକ୍ଷିଣ ଏସିଆରେ ଭାରତ ଶାନ୍ତିର ପରିବେଶ ସ୍ଥାପନା କରିବାକୁ ଚାହୁଁଛି ।

ମୋଦି କହିଛନ୍ତି ଯେ ଯଦି ପାକିସ୍ଥାନ ଭାରତ ସହ କଥାବାର୍ତ୍ତା ହେବାକୁ ଚାହୁଁଛି ତେବେ ଆତଙ୍କବାଦରୁ ଦୁରେଇ ରହିବା ଉଚିତ୍ । ଆପଗାନିସ୍ଥାନରେ ଶାନ୍ତି ପ୍ରତିଷ୍ଠା ପାଇଁ ଆମେ ଚାହିଁଥିଲୁ ଯାହାକି ବର୍ତମାନ ସଫଳ ହୋଇଛି । ସେହିପରି ମୋଦି ଋଷକୁ ପ୍ରଂଶସା କରି କହିଛନ୍ତି ଯେ ଭାରତର ସ୍ଥାୟୀ ବନ୍ଧୁ ହେଉଛି ୠଷ୍ ।