ନାଗାଲାଣ୍ଡ ଗୁଳିକାଣ୍ଡ ଘଟଣା : ଉଭୟ କେନ୍ଦ୍ର ଏବଂ ନାଗାଲାଣ୍ଡ ସରକାରକୁ ଜବାବ ମାଗିଲା ଏନଏଚଆରସି

୬ ସପ୍ତାହ ମଧ୍ୟରେ ତଦନ୍ତ ପ୍ରକ୍ରିୟା ରିପୋର୍ଟ ସହିତ କେମିତି ହେଲା ଭୁଲର ଜବାବ ଦେବାକୁ ନିର୍ଦ୍ଦେଶ, ସେପଟେ ଏଏଫଏସପିଏ ଆକ୍ଟ ହଟାଇବାକୁ ଜୋର ଧରିଲା ଦାବି

109

କନକ ବ୍ୟୁରୋ : ନାଗାଲାଣ୍ଡ ମୋନ୍ ଜିଲ୍ଲା ଗୁଳିକାଣ୍ଡ ଘଟଣାରେ କେନ୍ଦ୍ର ଏବଂ ନାଗାଲାଣ୍ଡ ସରକାର ପାଖରୁ ରିପୋର୍ଟ ମାଗିଲା ଜାତୀୟ ହ୍ୟୁମାନ୍ ରାଇଟସ କମିଶନ । କେଉଁ ଆଧାରରେ ଏହି ଗୁଳାକାଣ୍ଡକୁ ‘ଭୁଲବଶତଃ’ ବୋଲି କୁହାଯାଇଛି ତାର ଜବାବ ମାଗିଛି ଏନଏଚଆରସି । ରବିବାର ହୋଇଥିବା ଏହି ଗୁଳିକାଣ୍ଡରେ ଏଯାବତ ୧୫ ଜଣ ପ୍ରାଣ ହରାଇଛନ୍ତି । ଯେଉଁଥିରେ ଜଣେ ଯବାନ ରହିଛନ୍ତି । ଏନଏଚଆରସି ଏହି ଘଟଣାରେ ୬ ସପ୍ତାହ ମଧ୍ୟରେ ଉତର ଦେବାକୁ ଉଭୟ ସରକାରଙ୍କୁ କହିଛନ୍ତି ।

ରିପୋର୍ଟ ପ୍ରଦାନ କରିବା ବେଳେ ନାଗାଲାଣ୍ଡ ସରକାରଙ୍କ ଦ୍ୱାରା ଦିଆଯାଇଥିବା ଏସଆଇଟି ତଦନ୍ତ ରିପୋର୍ଟ, ମୃତକଙ୍କ ପରିବାରକୁ କେତେ ଟଂକାର ଆର୍ଥିକ ସହାୟତା ଦିଆଯାଇଛି ଏବଂ ଆହତ ମାନଙ୍କ ପାଇଁ କି ବ୍ୟବସ୍ଥା କରାଯାଇଛି ସମସ୍ତ ରିପୋର୍ଟ ପ୍ରଦାନ କରିବାକୁ ଏନଏଚଆରସି କହିଛି । ଶନିବାର ମୋନ୍ ଜିଲ୍ଲା ନିବାର ଓଟିଙ୍ଗ ଗାଁର କିଛି ଦିନ ମଜୁରିଆ କୋଇଲା ଖଣିରୁ କାମ ସାରି ଫେରିବା ବେଳେ ସେମାନଙ୍କୁ ଉଗ୍ରବାଦୀ ସନ୍ଦେହ କରି ସେନା ଗୁଳି ଚଳାଇଥିଲା । ଏହାକୁ ନେଇ ସଂସଦରେ କେନ୍ଦ୍ରଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଉତର ରଖିଥିଲେ ।