ରାଉରକେଲାର ହତ୍ୟା ଅଭିଯୁକ୍ତକୁ ଏନକାଉଣ୍ଟର : ପୋଲିସ ଗୁଳିରେ ଚୁନୁ ଓରାମ୍ ଆହତ, ହସ୍ପିଟାଲରେ ଭର୍ତ୍ତି

143

କନକ ବ୍ୟୁରୋ : ସରକାରୀ ଜମିରେ ଜବରଦଖଲ ବିବାଦକୁ ନେଇ ରାଉରକେଲରେ ଫୁଟିଲା ଗୁଳି । ଗୁଳିମାଡରେ ଗୁରୁତର ହୋଇଥିବା ଯୁବକ ବାଂଛା ତନ୍ତୀ ପ୍ରାଣ ହରାଇଛନ୍ତି । ଝିରିପାଣି ଥାନା ଝରିରଟୋଲା ବସ୍ତିରେ ଗୁଳିକାଣ୍ଡ ଘଟିଥିଲା । ଏହି ଅଞ୍ଚଳରେ ଖାଲି ପଡିଥିବା ସରକାରୀ ଜମି ହାତେଇବା ପାଇଁ ଲାଗି ରହିଥିବା ବିବାଦ ଯୋଗୁଁ ବାଂଛାଙ୍କ ମୁଣ୍ଡ ଗୁଡିଥିବା ସ୍ପଷ୍ଟ ହୋଇଛି ।

ସେହି ଅଞ୍ଚଳର ଚୁନୁ ଓରାମ ନାମକ ଯୁବକ ସରକାରୀ ଜମି ନିଜ ଦଖଲରେ ରଖି ଘର ତିଆରି କରି ଭଡା ଲଗାଉଥିବା ଅଭିଯୋଗ ହୋଇଛି । ତେବେ ଏହି ଜମିର କିଛି ଅଂଶକୁ କବଜା କରିବା ଲାଗି ବାଂଛା ଉଦ୍ୟମ କରିବାରୁ ବିବାଦ ଦେଖାଦେଇଥିଲେ । ଶେଷରେ ଚୁନୁର ଗୁଳିମାଡରେ ବାଂଛା ପ୍ରାଣ ହରାଇଛନ୍ତି । ତେବେ ପୋଲିସ ଗୁଳିରେ ଆଜି ଚୁନୁ ଓରାମ୍ ଆହତ ହୋଇଛନ୍ତି । ତାଙ୍କୁ ନିକଟସ୍ଥ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।