ଦୀପିକା ପାଣିଗ୍ରାହୀ କିଏ ? ମୁମ୍ବାଇ ଅଣ୍ଡରୱାର୍ଲଡ ଲିଙ୍କ୍ ନେଇ ବ୍ରହ୍ମପୁରରୁ ୪ ଜଣ ଗିରଫ ହେବା ପରେ ବଢ଼ିଲା ସସପେନ୍ସ

37

କନକ ବ୍ୟୁରୋ : ମୁମ୍ବାଇ ଅଣ୍ଡରୱାର୍ଲଡ ଲିଙ୍କ୍ ନେଇ ବ୍ରହ୍ମପୁରରୁ ୪ ଜଣ ଗିରଫ ହେବା ପରେ ଏବେ ଜଣେ ଯୁବତୀଙ୍କ ନାଁ ଚର୍ଚ୍ଚାରେ ଆସିଛି । କୁହାଯାଉଛି, ରାକେଟ୍ ଓଡ଼ିଶା ଠିକଣା ଥିବା ଦୀପିକା ପାଣିଗ୍ରାହୀଙ୍କ ନାଁରେ ରେଜଷ୍ଟ୍ରେସନ ହୋଇଥିବା ସିମ୍ ବ୍ୟବହାର କରୁଥିଲେ ।

ଦୀପିକା ପାଣିଗ୍ରାହୀ ନାମକ ଜଣେ ଯୁବତୀଙ୍କ ପରିଚୟ ପତ୍ରରେ ବ୍ୟବହାର ହେଉଥିବା ସିମ୍ ରେଜିଷ୍ଟ୍ରେସନ ହୋଇଛି । ପୋଲିସ ତଦନ୍ତ ବେଳେ ଜାଣିବାକୁ ପାଇଛି ଯେ, ଏଭଳି ପ୍ରାୟ ୪ ଶହ କାର୍ଡ ରେଜିଷ୍ଟ୍ରେସନ ହୋଇଛି । ତେବେ ଏସବୁ ସିମ୍ ଜବତ ବିଷୟରେ ପୋଲିସ କିଛି ସ୍ପଷ୍ଟ କରିନାହିଁ । ଦୀପିକା ପାଣିଗ୍ରାହୀ ଏବେ ମୁମ୍ବାଇରେ ରହୁଥିବା ଜଣାଯାଇଛି ।