ଜଳକର ଭରିଲେନି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ  : ଦେବେନ୍ଦ୍ର ଫଡ଼ନାଭିସଙ୍କ ବଙ୍ଗଳାକୁ ଡିଫଲ୍ଟର ଘୋଷିତ କଲା ମୁମ୍ବାଇ ମହାନଗର ନିଗମ, ୭.୫ ଲକ୍ଷ ଟଙ୍କାର ବିଲ୍ ବକେୟା 

63

କନକ ବ୍ୟୁରୋ : ବାଦ୍ ପଡ଼ିଲେନି ମୁଖ୍ୟମନ୍ତ୍ରୀ  । ଜଳକର ନଭରିଲେନି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସଙ୍କୁ ନୋଟିସ୍ ପଠାଇଲା ମୁମ୍ବାଇ ମହାନଗର ନିଗମ । ଦେବେନ୍ଦ୍ର ଫଡ଼ନାଭିିସଙ୍କ ବଙ୍ଗଳାଙ୍କୁ ଡିଫଲ୍ଟର ଘୋଷିତ କଲା ମୁମ୍ବାଇ ମହାନଗର ନିଗମ । ଠିକ ସମୟରେ ପାଣି ବିଲ୍ ପଇଠ କରିନାହାନ୍ତି ଖୋଦ୍ ମୁଖ୍ୟମନ୍ତ୍ରୀ । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ଉପରେ  ଏପର୍ଯ୍ୟନ୍ତ ୭,୪୪,୯୮୧ ଟଙ୍କା ପାଣି ବିଲ୍ ବକେୟା ରହିଛି । କେବଳ ମୁଖ୍ୟମନ୍ତ୍ରୀ ନୁହେଁ ଏହି ତାଲିକାରେ ୧୮ ଜଣ ମନ୍ତ୍ରୀ ମଧ୍ୟ ସାମିଲ ଅଛନ୍ତି । ଫଡ଼ନାଭିସଙ୍କ କ୍ୟାବିନେଟର ଅନେକ ବଡ଼ ବଡ଼ ନାଁ ତାଲିକରେ ରହିଛି ।

ଜଳକର ଭରିଲେନି, ନୋଟିସ୍ ପାଇଲେ । ବକେୟା ଜଳକର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନୋଟିସ୍ ପଠାଇଲା ମୁମ୍ବାଇ ମହାନଗର ନିଗମ । କେବଳ ମୁଖ୍ୟମନ୍ତ୍ରୀ ନୁହଁନ୍ତି ଅନେକ ମନ୍ତ୍ରୀଙ୍କୁ ଘରକୁ ମଧ୍ୟ ଡିଫଲ୍ଟର ନୋଟିସ୍ ପଠାଇଛି ବିଏମସି । ପାଣି ବିଲ୍ ରାଶି ଏତେ ଅଧିକ ରହିଛି ଯେ କୌଣସି ସାଧାରଣ ବ୍ୟକ୍ତି ହୋଇଥିଲେ ଏବେ ସୁଦ୍ଧା କାର୍ଯ୍ୟାନୁଷ୍ଠାନ ହୋଇସାରି ଥାଆନ୍ତା । ସୂଚନା ଅନୁସାରେ ସମସ୍ତ ମନ୍ତ୍ରୀଙ୍କ ଉପରେ ଲକ୍ଷ ଲକ୍ଷ ଟଙ୍କା ବିଲ ବକେୟା ରହିଛି ।