ଧୋନୀ ପୁଣି ହେଲେ ଚେନ୍ନାଇ ସୁପର କିଙ୍ଗସ୍ କ୍ୟାପଟେନ୍ । ଖେଳରେ ଫୋକସ୍ ରଖିବା ପାଇଁ ଅଧିନାୟକ ପଦ ଛାଡିଲେ ଜାଡେଜା ।

391

କନକ ବ୍ୟୁରୋ: କନକ ନ୍ୟୁଜ୍: ଧୋନୀ ପୁଣି ହେଲେ ସିଏସକେ କ୍ୟାପଟେନ୍ । ରବୀନ୍ଦ୍ର ଜାଡେଜା ସିଏସକେ ଅଧିନାୟକ ପଦରୁ ଓହରିବା ସହିତ ଏହି ଦାୟିତ୍ୱ ପୁଣିଥରେ ଏମ୍ ଏସ୍ ଧୋନୀଙ୍କୁ ଦେଇଛନ୍ତି । ତେବେ ଶନିବାର ଏନେଇ ଚେନ୍ନାଇ ସୁପର କିଙ୍ଗସ୍ ଦଳ ପକ୍ଷରୁ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି ।

ଚେନ୍ନାଇ ସୁପର କିଙ୍ଗସ୍ ପକ୍ଷରୁ କୁହାଯାଇଛି ଯେ, ରବୀନ୍ଦ୍ର ଜାଡେଜା ନିଜର ଖେଳରେ ଫୋକସ୍ ରଖିବା ପାଇଁ ଧୋନୀଙ୍କୁ ପୁଣି କମାଣ ସମ୍ଭାଳିବାକୁ ଅପିଲ କରିଥିଲେ । ଏହାପରେ ଧୋନୀ ଟିମର ହିତ ପାଇଁ ଏହି ଅନୁରୋଧକୁ ରକ୍ଷା କରିଥିଲେ । ଆଉ ନିଜେ ସିଏସକରେ ଅଧିନାୟକ ଭାର ସମ୍ଭାଳିବାକୁ ପୁଣି ନିଷ୍ପତ୍ତି ନେଇଛନ୍ତି ।

ଚଳିତ ବର୍ଷ ଆଇପିଏଲ୍ ଆରମ୍ଭ ହେବା ପୂର୍ବରୁ ଧୋନୀ ସିଏସକେର ଅଧିନାୟକ ଭାର ରବୀନ୍ଦ୍ର ଜାଡେଜାଙ୍କୁ ପ୍ରଦାନ କରିଥିଲେ । କୁହାଯାଉଥିଲା ଧୋନୀ ତାଙ୍କର ଉତ୍ତରାଧିକାରୀ ଚୟନ କରିଛନ୍ତି । ହେଲେ ଏବେ ପୁଣି ସିଏସକେ ଧୋନୀଙ୍କୁ କ୍ୟାପେଟନ୍ ଭାବେ ଦେଖିବାକୁ ପାଇବ । ସୂଚନାଯୋଗ୍ୟ ଯେ, ଚଳିତ ଆଇପିଏଲ୍ ସିଜିନ୍ ଚେନ୍ନାଇ ପାଇଁ ସେତେଟା ଭଲ ଯାଇନି । ଦଳ ୮ଟି ମ୍ୟାଚରୁ କେବଳ ୨ଟି ମ୍ୟାଚରେ ବିଜୟୀ ହୋଇପାରିଛି ।