ମଧ୍ୟପ୍ରଦେଶରେ ବାତିଲ ହେଲା ପଞ୍ଚାୟତ ନିର୍ବାଚନ । ନିର୍ବାଚନ୍ ବାତିଲ କଲେ ମଧ୍ୟପ୍ରଦେଶ ନିର୍ବାଚନ କମିଶନ ।

125

କନକ ବ୍ୟୁରୋ: ବାତିଲ୍ ହେଲା ମଧ୍ୟପ୍ରଦେଶ ପଞ୍ଚାୟତ ନିର୍ବାଚନ । ସେଠାରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନକୁ ନିର୍ବାଚନ କମିଶନ ବାତିଲ କରିଦେଇଛନ୍ତି । ନିର୍ବାଚନ କମିଶନ ଜାରି କରିଥିବା ପଞ୍ଚାୟତ ନିର୍ବାଚନ ଅଧିସୂଚନାକୁ ଫେରାଇ ନେଇଛନ୍ତି ।

ସୁପ୍ରିମକୋର୍ଟ ଡିସେମ୍ବର ୧୭ ତାରିଖରେ ଓବିସି ସଂରକ୍ଷଣକୁ ନେଇ ରାୟ ଶୁଣାଇବାକୁ ପରେ ରାଜ୍ୟ ନିର୍ବାଚନ ଆୟୋଗ ଏହି ଘୋଷଣା କରିଛନ୍ତି । ତେବେ ଏହା ପୂର୍ବରୁ ବିଧାନସଭାର ଶୀତକାଳୀନ ଅଧିବେଶନରେ ଏହି ପଞ୍ଚାୟତ ନିର୍ବାଚନ ନକରିବାକୁ ସଙ୍କଳ୍ପ ପାରିତ ହୋଇଥିଲା । ଦୁଇ ଦିନ ତଳେ କ୍ୟାବିନେଟରେ ମଧ୍ୟ ଏହାକୁ ପାରିତ କରାଯାଇଥିଲା । ଏହାପରେ ଏବେ ମଧ୍ୟପ୍ରଦେଶର ନିର୍ବାଚନ କମିସନ ଏହି ପଞ୍ଚାୟତ ନିର୍ବାଚନକୁ ବାତିଲ କରିଦେଇଛନ୍ତି ।