ପ୍ରଥମ ଇଂନିସରେ ୧୯୭ ରନରେ ଅଲଆଉଟ୍ ହେଲା ଦକ୍ଷିଣ ଆଫ୍ରିକା । ପ୍ରଥମ ଇଂନିସରେ ୧୩୦ ରନରେ ଆଗୁଆ ଟିମ୍ ଇଣ୍ଡିଆ ।

107

କନକ  ବ୍ୟୁରୋ: ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟେଷ୍ଟର ତୃତୀୟ ଦିନରେ ଦକ୍ଷିଣ ଆଫ୍ରିକାକୁ ୧୯୭ ରନରେ ଅଲଆଉଟ୍ କରିଛି ଟିମ୍ ଇଣ୍ଡିଆ । ଯାହା ଫଳରେ ଦଳ ପ୍ରଥମ ଇଂନିସରେ ଦକ୍ଷିଣ ଆଫ୍ରିକାଠାରୁ ୧୩୦ ରନର ଲିଡ୍ ନେଇଛି । ତେବେ ଭାରତ ପକ୍ଷରୁ ଦ୍ରୁତ ବୋଲର ମହମ୍ମଦ ଶାମି ୫ ୱିକେଟ୍ ଅକ୍ତିଆର କରିବା ସହ ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନଙ୍କ ପାଇଁ କାଳ ସାଜିଛନ୍ତି ।

ଏହି ଟେଷ୍ଟ ମ୍ୟାଚରେ ପ୍ରଥମ ଭାରତ ପ୍ରଥମେ ବ୍ୟାଟିଂ କରି ୩୨୭ ରନ୍ କରିବା ପରେ ବ୍ୟାଟିଂକୁ ଓହ୍ଲାଇଥିଲା । ଦଳ କିନ୍ତୁ ମାତ୍ର ୨ ରନରେ ନିଜର ପ୍ରଥମ ବ୍ୟାଟ୍ସମ୍ୟାନଙ୍କୁ ହରାଇଥିଲା । ଏହାପରେ ବି ଦଳର ଲଗାତାର ୱିକେଟ୍ ପତନ ଦଳକୁ ବ୍ୟାକଫୁଟରେ ରଖିଥିଲ।। ହେଲେ ଶେଷ ଆଡକୁ ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନମାନେ କିଛି ଆଖି ଦୃଶିଆ ସଟ୍ ଖେଳିବା ସହିତ ଦଳର ସ୍କୋରକୁ ଆଗକୁ ବଢାଇଥିଲେ ।

ହେଲେ ଭାରତ ପକ୍ଷରୁ ଦ୍ରୁତ ବୋଲର ବୁମରା, ସିରାଜ, ସାମି ଓ ସାର୍ଦୁଲ ଲଗାତାର ଭଲ ବୋଲିଂ କରିବା ସହିତ ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନଙ୍କୁ ପ୍ୟାଭିଲିୟନ ମୁହାଁ ହୋଇଥିଲେ । ଭାରତର ଦ୍ରୁତ ବୋଲର ସାମି ୫ଟି ସଫଳତା ପାଇଥିବାବେଳେ, ବୁମରା ୨ଟି, ସାର୍ଦ୍ଦୁଲ ୨ଟି ଓ ସିରାଜ ଗୋଟିଏ ସଫଳତା ପାଇଥିଲେ ।