ଜାଲ୍ ମାଷ୍ଟର ମୋତିଲାଲ୍ : ଅଭିଯୋଗର ସତ୍ୟତା ନେଇ ସ୍ପଷ୍ଟ କଲେ ବିଭାଗୀୟ ଅଧିକାରୀ

30

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଫ୍ୟାକଟ୍ରିଜ୍ ଆଣ୍ଡ ବ୍ରଏଲର୍ସର ନିଲମ୍ବିତ ସହକାରୀ ନିର୍ଦେଶକ ଡାକ୍ତର ମୋତିଲାଲ ଗୌଡଙ୍କ ବିରୋଧରେ ଅଭିଯୋଗ ସ୍ପଷ୍ଟ କଲେ ବିଭାଗୀୟ ନିର୍ଦେଶକ । ମିଥ୍ୟ ଦସ୍ତଖତ ଜରିଆରେ ପାଂଚଟି କ୍ଲିନିକକୁ ମୋତିଲାଲ ଲକ୍ଷାଧିକ ଟଙ୍କାର ଟେଣ୍ଡର ଅନୁକମ୍ପା ଦେଖାଇଥିବା ବିଭାଗ ପକ୍ଷରୁ କୁହାଯାଇଛି । ଏପଟେ ନିଲମ୍ବିତ ମୋତିଲାଲଙ୍କୁ ହାଇକୋର୍ଟ ଦେଇଛନ୍ତି ଅଗ୍ରୀମ ଜାମିନ ।

ମିଥ୍ୟା ବିଜ୍ଞପ୍ତି ଜରିଆରେ ମୋତିଲାଲ ନିର୍ଦ୍ଦିଷ୍ଟ କିଛି ପାଥୋଲାବରେ ଇଏସଆଇ ସଂପର୍କୀତ ଟେଷ୍ଟ କରିବା ପାଇଁ ନିର୍ଦେଶନାମା ଜାରି କରିଥିଲେ । ଘଟଣା ପଦାକୁ ଆସିବା ପରେ ମୋତିଲାଲଙ୍କୁ ନିଲମ୍ବିତ କରି କ୍ରାଇମବ୍ରାଂଚ ତଦନ୍ତ ଚାଲିଛି । ହେଲେ ଏଯାଏ ବିଭାଗୀୟ ତଦନ୍ତ ହୋଇନି ।

ସେପଟେ ଏହି ଘଟଣାରେ କ୍ରାଇମବ୍ରାଂଚ ଭୁବନେଶ୍ୱର, କଟକ ଓ ଅନୁଗୁଳରେ ଚଢାଉ କରି ତିନି ଜଣଙ୍କୁ ଅଟକ ରଖିଛି । ଏମାନଙ୍କ ମଧ୍ୟରେ ଅଛନ୍ତି ଦୁଇ ଜଣ ପ୍ୟାଥୋଲାବ ମାଲିକ ଓ ଜଣେ ମଧ୍ୟସ୍ଥି । ପ୍ରଶ୍ନ ଉଠୁଛି, ମୋତିଲାଲ ଓ ପଲିଟିକାଲ କନେକସନକୁ ତଦନ୍ତ ପରିସରଭୁକ୍ତ କରିବ କି କ୍ରାଇମବ୍ରାଂଚ ।