ପତ୍ନୀଙ୍କ ଅଭିଯୋଗ ଉପରେ କ୍ରିକେଟ ଖେଳାଳି ମହମ୍ମଦ ସାମିଙ୍କୁ ପଚରାଉଚରା କରିବ ପୁଲିସ ! ହସିନ ଜହାଁଁଙ୍କର ବି ହେବ ବୟାନ ରେକର୍ଡ

37

ପତ୍ନୀଙ୍କ ଅଭିଯୋଗ ଉପରେ କ୍ରିକେଟ ଖେଳାଳି ମହମ୍ମଦ ସାମିଙ୍କୁ ପଚରାଉଚରା କରିବ ପୁଲିସ । ପତ୍ନୀ ହସିନ ଜହାଁଁଙ୍କର ବି ହେବ ବୟାନ ରେକର୍ଡ । ମହମ୍ମଦ ଶାମିଙ୍କ ୟୁପି ଆମ୍ରୋହା ବାସଭବନରେ ମଧ୍ୟ କୋଲକାତା ପୁଲିସର ଛାନଭିନ କରୁଛି ।। ପତ୍ନୀ ହସିନ୍ ଜହାଁଁ, ଶାମିଙ୍କ ଉପରେ ପରକୀୟା ସମ୍ପର୍କ ଓ ଶାରୀରିକ ଶୋଷଣର ଆରୋପ ଲଗାଇବା ପରେ କୋଲକାତା ପୁଲିସ ତଦନ୍ତ ପାଇଁ ତାଙ୍କ ବାସଭବନ ପହଂଚିଥିଲେ । ତେବେ ଶାମିଙ୍କ ତରଫରୁ ତଦନ୍ତରେ ପୂର୍ଣ୍ଣ ସହଯୋଗ କରାଯାଇଥିଲା ।

ଏହି ମାମଲାରେ ହସିନ କେତେ ତଳକୁ ଖସିପାରୁଛନ୍ତି ତାହା ସେ ଦେଖିବାକୁ ଚାହାନ୍ତି ବୋଲି ଶାମି କହିଛନ୍ତି । ପତ୍ନୀ ହସିନ୍ ଜହାଁଁଙ୍କ ଅଭିଯୋଗ ପରେ ଶାମିଙ୍କ ବିରୁଦ୍ଧରେ ଆଇପିସିର ଦଫା ୩୦୨ ଓ ୩୭୬ ଆଧାରରେ ମାମଲା ରୁଜୁ କରାଯାଇଥିଲା । ଅନ୍ୟପଟେ ପତ୍ନୀଙ୍କ ଅଭିଯୋଗ ପରେ ମହମ୍ମଦ ଶାମିଙ୍କ କ୍ରିକେଟ୍ କ୍ୟାରିୟର ମଧ୍ୟ ଅନିଶ୍ଚିତତା ଘେରକୁ ଚାଲିଯାଇଥିଲା । ତେବେ ସତ ଦିନେ ନା ଦିନେ ସାମ୍ନାକୁ ଆସିବ ବୋଲି ଦୃଢ଼ୋକ୍ତି କରିଛନ୍ତି ଟିମ୍ ଇଣ୍ଡିଆର ଏହି ପେସ୍ ବୋଲର୍ ।