ତିନି ବର୍ଷରେ ପାଦ ଦେଲା ମୋଦିଙ୍କ ମନ କି ବାତ୍ ! କହିଲେ ବିଦେଶ ବୁଲିଛି କିନ୍ତୁ ଦେଶକୁ ଭୁଲିନି

44

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ’ର ୩୬ ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି । ସେ କହିଛନ୍ତି , ଏହା ମୋର ମନ କି ବାତ ନୁହେଁ ଦେଶବାସୀଙ୍କ ମନ କି ବାତ୍ । ଦେଶବାସୀ ଗତ କିଛି ମାସ ହେଲା ସୁଚିନ୍ତିତ ପରାମର୍ଶ ଦେଇଛନ୍ତି । ଏହାକୁ ନେଇ ସରକାର ବିଭିନ୍ନ ସମସ୍ୟା ଦୂର କରିବା ପାଇଁ ଧ୍ୟାନ କେନ୍ଦ୍ରୀଭୂତ କରିଛନ୍ତି । ଆଜିର ୩୬ ତମ ସଂସ୍କରଣ ସହ ମନ କି ବାତ୍ ୩ ବର୍ଷ ପୂରଣ କରିଛି । ମନ କୀ ବାତର ୩ ବର୍ଷର ଯାତ୍ରା ଦେଶବାସୀଙ୍କ ପାଇଁ ଏକ ଅନୁଭୂତି ।

modi-mann-ki-baat759ମନ କି ବାତରେ ମୋଦି କହିଛନ୍ତି ମୁଁ ଏହି କାର୍ଯ୍ୟକ୍ରମକୁ ରାଜନୀତିଠାରୁ ଦୂରେଇ ରଖିବାକୁ ଉଦ୍ୟମ କରିଛି । ଲୋକ ମାନଙ୍କ ସହ ସର୍ମ୍ପକ ସ୍ଥାପନର ଏକ ଉତ୍ତ ମ ମାଧ୍ୟମ ପାଲଟିଛି ମନ୍ କି ବାତ । ପ୍ରଧାନମନ୍ତ୍ରୀ କହିଛନ୍ତି, ସେ ଦେଶର ୫ ଶହରୁ ଅଧିକ ଜିଲ୍ଲା ଗସ୍ତ କରିଛିନ୍ତି । ବିବିଧତା ମଧ୍ୟରେ ଏକତା କେବଳ ଆମର ନାରା ନୁହେଁ, ଶକ୍ତିର ପ୍ରତୀକ । ମୁଁ ବିଦେଶ ବୁଲିଛି କିନ୍ତୁ ଦେଶକୁ ଭୁଲି ନାହିଁ ।ତିନି ବର୍ଷ ପୂର୍ତି ଅବସରରେ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ବିଜୟାଦଶମୀର ଶୁଭେଚ୍ଛା ଜଣାଇଛନ୍ତି ।

clean_ଏଥର ଗାନ୍ଧୀ ଜୟନ୍ତୀରେ ଖଦି ସାମଗ୍ରୀ କିଣନ୍ତୁ ଏବଂ ଦରିଦ୍ରଙ୍କ ଜୀବନକୁ ସମୃଦ୍ଧିର ଆଲୋକରେ ଆଲୋକିତ କରନ୍ତୁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପୂର୍ବରୁ ‘ମନ୍କି ବାତ୍’ରେ ଖଦି ସଂକ୍ରାନ୍ତରେ ଆଲୋଚନା କରିଥିଲେ ନରେନ୍ଦ୍ର ମୋଦି । ଏବେ ଖଦି ପ୍ରତି ଆଗ୍ରହ ବଢ଼ି ଚାଲିଥିବା ନେଇ ସେ ସୂଚନା ଦେଇଛନ୍ତି । ଏହାଛଡା ସ୍ୱଚ୍ଛତା ହିଁ ସେବା ଆନ୍ଦୋଳନକୁ ସମର୍ଥନ ମିଳୁଥିବାରୁ ସେ ଖୁସିଥିବା କହିଛନ୍ତି । ଏକ ସ୍ୱଚ୍ଛ ଭାରତ ନିମନ୍ତେ ଲୋକେ ସକ୍ରିୟ ସହଯୋଗ ପ୍ରଦାନ କରୁଛନ୍ତି। ସ୍ୱଚ୍ଛତାର ବାର୍ତ୍ତା ଆଗେଇ ନେଉଥିବାରୁ ପ୍ରଧାନମନ୍ତ୍ରୀ ଗଣମାଧ୍ୟମର ସହଯୋଗକୁ ସମର୍ଥନ କରିଛନ୍ତି।

ଏହି ଅବସରରେ ସେ ଲୌହମାନବ ସର୍ଦ୍ଦାର ପଟେଲଙ୍କୁ ମନେ ପକାଇଛନ୍ତି । ସେ କହିଛନ୍ତି ସର୍ଦ୍ଦାର ପଟେଲ ଦେଶକୁ ଏକତ୍ର କରିଛନ୍ତି । ତାଙ୍କର ସ୍ୱପ୍ନକୁ ଆଗକୁ ନେବା ପାଇଁ ସମସ୍ତଙ୍କୁ ଏକତ୍ର ହେବାକୁ ପଡିବ ବୋଲି ସେ ସ୍କରଣ କରାଇ ଦେଇଛନ୍ତି ।
ଅତୁଲ୍ୟ ଭାରତର ବିସ୍ମୟ ସବୁକୁ ଆବିଷ୍କାର କରିବାକୁ ପ୍ରଧାନମନ୍ତ୍ରୀ ଲୋକମାନଙ୍କୁ, ବିଶେଷକରି ତରୁଣମାନଙ୍କୁ କହିଛନ୍ତି। ସେମାନେ ଦେଶ ଭ୍ରମଣ କଲାବେଳେ ସମ୍ପୃକ୍ତ ସ୍ଥାନର ସଂସ୍କୃତି ସଂକ୍ରାନ୍ତରେ କୌତୁହଳପ୍ରଦ ବିବରଣୀମାନ ଲେଖି ଓ ତ’ର ଫଟୋ ଉତ୍ତୋଳନ କରି ତାହା ମାଇଁ ଗଭ ଏବଂ ନରେନ୍ଦ୍ର ମୋଦି ଆପରେ ସେୟାର କରିବାକୁ ଅନୁରୋଧ କରିଛନ୍ତି।