ବାଲେଶ୍ୱର: ଆଜି ବାଲେଶ୍ୱର ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି । କେନ୍ଦ୍ରରେ ଏନଡିଏ ସରକାରଙ୍କ ବିକାଶ ଉତ୍ସବ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ । ଗତ ୨ ବର୍ଷରେ ସରକାରଙ୍କ ସଫଳତା ନେଇ ସେ ଆଜିର ଏହି ସାଧାରଣ ସଭାରେ ମୋଦି ବକ୍ତବ୍ୟ ରଖିବେ । ତାଙ୍କ ସରକାରର ୨ ବର୍ଷ ପୂର୍ତି ଅବସରରେ ଦେଶର ବିଭିନ୍ନ ସ୍ଥାନରେ ଏଭଳି ସାଧାରଣ ସଭାମାନ ଆୟୋଜିତ ହେଉଛି । ଏଥିରେ ସରକାରଙ୍କ ସଫଳତା ବିଷୟରେ ଲୋକଙ୍କୁ ଅବଗତ କରୁଛନ୍ତି ଖୋଦ୍ ପ୍ରଧାନମନ୍ତ୍ରୀ । ଅନ୍ୟପଟେ ଓଡିଶା, କେନ୍ଦ୍ର ସରକାରଙ୍କ ବିକାଶ କାର୍ଯ୍ୟକ୍ରମର ଫୋକସରେ ରହିଛି ବୋଲି ବିଜେପି ନେତାମାନେ କହିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାକୁ ନେଇ ବ୍ୟାପକ ବ୍ୟବସ୍ଥା କରାଯାଇଛି । ବ୍ଲୁ-ବୁକ୍ ଆଧାରରେ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା କହିଛନ୍ତି ଅତିରିକ୍ତ ଡିଜି ସତ୍ୟଜିତ୍ ମହାନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ଏହାସହ ଟ୍ରାଫିକ୍ ବ୍ୟବସ୍ଥା ପାଇଁ ସହରର ବିଭିନ୍ନ ସ୍ଥାନରେ ୧୨ରୁ ୧୬ଟି ପାର୍କିଂ ପ୍ଲେସ କରାଯାଇଥିବା ଅତିରିକ୍ତ ଡିଜି ସୂଚନା ଦେଇଛନ୍ତି । ଦିନ ୧୧ଟାରେ ବାଲେଶ୍ୱର ସଭା ମଂଚରେ ପହଂଚିବା ପରେ ୧୧ଟା ୫୦ ପର୍ଯ୍ୟନ୍ତ ଉପସ୍ଥିତ ସାଧାରଣ ଜନତାକୁ ସମ୍ବୋଧିତ କରିବେ ମୋଦି । ତେବେ ଏହି ୫୦ ମିନିଟରେ କଣ କହିବେ ପ୍ରଧାନମନ୍ତ୍ରୀ ମୋଦି ତା ଉପରେ ରହିଛି ସମସ୍ତଙ୍କ ନଜର । କେବଳ କେନ୍ଦ୍ର ସରକାରଙ୍କ ସଫଳତା, ଲୋକାଭିମୁଖୀ ଯୋଜନାର ଅବତାରଣା କରିବେ ନା ରଖିବେ ଏକ ରାଜନୈତିକ ଅଭିଭାଷଣ । ରାଜ୍ୟରେ ନବୀନ ସରକାରଙ୍କୁ ସଭା ମଂଚ ଉପରୁ ଟାର୍ଗେଟ କରିବେ କି ମୋଦି । ଆସାମ ପରେ ପ୍ରଧାନମନ୍ତ୍ରୀ ମୋଦି ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ଫୋକସରେ ଏବେ ରହିଛି ଓଡିଶା । କୁହାଯାଉଛି ୨୦୧୯ ନିର୍ବାଚନ ବେଳକୁ ଓଡିଶାରେ ସେଂଚୁରୀ ମାରିବାକୁ ବିଜେପି ପ୍ରସ୍ତୁତ କରିଛି ବ୍ଲୁପ୍ରିଂଟ । ତେଣୁ ବାଲେଶ୍ୱର ସଭାରେ କଣ କହିବେ ପ୍ରଧାନମନ୍ତ୍ରୀ ମୋଦି ତା ଉପରେ ରହିଛି ସମସ୍ତଙ୍କ ନଜର ।