ମୋଦି ସରକାରଙ୍କ ‘ମେଗା ଜବ୍ ପ୍ରୋଗ୍ରାମ୍’ ! ପୂରଣ ହେବ ୧୦ ଲକ୍ଷ ଯୁବକଯୁବତୀଙ୍କୁ ଚାକିରି ଦେବାର ସ୍ୱପ୍ନ

445

ଭାରତରେ ବେକାରି ସମସ୍ୟା ଉତ୍କଟ ହେବାରେ ଲାଗିଛି । ଉଚ୍ଚଶିକ୍ଷିତ ହୋଇ ମଧ୍ୟ ଦେଶରେ ଲୋକଙ୍କୁ ମନଲାଖି ଚାକିରି ଖଣ୍ଡେ ମିଳୁନି । ଆଉ ବର୍ତ୍ତମାନ ବେକାରି ସମସ୍ୟା ମୋଦି ସରକାରଙ୍କ ପାଇଁ ମଧ୍ୟ ବଡ଼ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି । ୨୦୧୯ ନିର୍ବାଚନ ମଧ୍ୟ ପାଖେଇ ଆସିଲାଣି । ଏପରିସ୍ଥଳେ ମୋଦି ସରକାର ବେକାରି ସମସ୍ୟାର ସମାଧାନ ପାଇଁ ଲାଗିପଡ଼ିଛନ୍ତି । କାରଣ ବିରୋଧୀ ଦଳ ପାଇଁ ଏହା ଏକ ବଡ଼ ମୁଦ୍ଦା । ଆଉ ଏ ମୁଦ୍ଦା ନେେଇ ଅନେକ ସମୟରେ ମୋଦି ସରକାର ଟାଗର୍ଟେର ଶିକାର ହେଉଛନ୍ତି  ।

ତେବେ ବେକାରୀ ସମସ୍ୟାରୁ ସମାଧାନ ପାଇଁ ମୋଦି ସରକାର ମେଗା ଜବ୍ ପ୍ରୋଗ୍ରାମ ଚଳାଇବା ପାଇଁ ଯାଉଛନ୍ତି । ମାନବ ସଂସାଧନ ମନ୍ତ୍ରାଳୟ, ଶ୍ରମ ମନ୍ତ୍ରାଳୟ, ଓ କୌଶଳ ବିକାଶ ମନ୍ତ୍ରାଳୟ ମିଳିତ ଭାବେ ଏକ ବିଶେଷ କୋର୍ସ ଚଳାଇବା ପାଇଁ ଯାଉଛନ୍ତି । ଯଦ୍ୱାରା ସ୍ନାତ୍ତକ କରିନଥିବା ଯୁବଗୋଷ୍ଠୀଙ୍କୁ ରୋଜଗାର ପାଇଁ ପ୍ରଶିକ୍ଷଣ ଦିଆଯିବ । ପ୍ରଶିକ୍ଷଣ ମିଳବା ପରେ ତାଙ୍କୁ ଚାକିରି ମଧ୍ୟ ଦିଆଯିବ ।

ଏହି ମେଗା ପ୍ରଶିକ୍ଷଣ ପ୍ରୋଗ୍ରାମ ଅନୁସାରେ ନନ୍ ଟେକ୍ନିକାଲ ଅଣସ୍ନାତ୍ତକ ପିଲାଙ୍କୁ ସରକାରୀ ଓ ସରକାରୀ ଅଂଶଧନ ଥିବା ସଂସ୍ଥାରେ ପ୍ରଶିକ୍ଷଣ ଦିଆଯିବ । ସର୍ଭେ ଅନୁସାରେ ଭାରତୀୟ ସ୍ନାତକେ ଯୋଗ୍ୟତଧାରୀ ପିଲାଙ୍କ ଠାରେ ଏତେ କ୍ଷମତା ନଥାଏ ଯେ ସେମାନେ ଭଲରେ କୌଣସି କାମ କରିପାରିବେ । ଖାସ କରି ସେଇମାନେ, ଯେଉଁମାନେ ନନ ଟେକ୍ନିକାଲ ପାଠ ପଡ଼ୁଥାଆନ୍ତି । ଆଉ ଏହାକୁ ଦୃ୍ଷ୍ଟିରେ ରଖି ସ୍କିଲ ଇଣ୍ଡିିଆ ପ୍ରୋଗ୍ରାମ ଆରମ୍ଭ ହୋଇଛି । ଯୁବଗୋଷ୍ଠୀ ଏଥରୁ ଅଧିକ ଲାଭ ଉଠାଇ ପାରିବେ । ତେବେ ମୋଦି ସରକାରଙ୍କ ଏହି ପ୍ରୋଗ୍ରାମ ଜରିଆରେ ପୂର୍ବରୁ ପ୍ରଶିକ୍ଷିତ ପ୍ରାର୍ଥୀଙ୍କୁ ଚାକିରି ମିଳିବା ସହଜ ହୋଇଯିବ । ୨୦୧୯-୨୦ରେ ପାଖାପାଖି ଏପରି ୧୦ ଲକ୍ଷ ଯୁବଗୋଷ୍ଠୀଙ୍କୁ ପ୍ରଶିକ୍ଷଣ ଦେବାପାଇଁ ପ୍ରସ୍ତୁତି କରାଯାଉଛି ।