ମେକ୍ସିକୋର ସଇତାନ ସ୍ୱାମୀ । ସ୍ତ୍ରୀକୁ ହତ୍ୟା କଲା, ମସ୍ତିସ୍କକୁ ଖାଇଲା । ଅଭିଯୁକ୍ତକୁ ଗିରଫ କରିଛି ପୋଲିସ ।

200

କନକ ବ୍ୟୁରୋ: ମେକ୍ସିକୋର ସଇତାନ ସ୍ୱାମୀ । ସ୍ତ୍ରୀକୁ ହତ୍ୟା କରି ତା’ର ମସ୍ତିସ୍କକୁ ଖାଇବା ପରେ ଖପୁରିକୁ ଆସଟ୍ରୋ ଭାବେ ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ମେକ୍ସିକୋର ପୁଏବ୍ଲାରେ ଏପରି ଘଟଣା ସାମ୍ନାକୁ ଆସିଛି । ଗତ ଜୁନ୍ ୨୯ ତାରିଖରେ ୩୨ ବର୍ଷୀୟ ଆଲଭାରୋ ନିଜ ପତ୍ନୀଙ୍କୁ ହତ୍ୟା କରିଥିଲେ । ଗିରଫ କରିବା ପରେ ଘଟଣା ସଂପର୍କରେ କହିଛି ଆଲଭାରୋ । ସେ ସଇତାନ ଓ ମୃତ୍ୟୁଦେବୀ ଶାନ୍ତା ମୁର୍ତେଙ୍କ ଦ୍ୱାରା ପ୍ରଭାବିତ ହୋଇ ଏପରି ହତ୍ୟାକାଣ୍ଡ ଘଟାଇବାକୁ ବାଧ୍ୟ ହୋଇଥିବା କହିଛି । ତାଙ୍କ ଘରୁ ଗୁଣିଗାରେଡିର ସରଞ୍ଜାମ ମଧ୍ୟ ମିଳିଥିଲା । ସ୍ତ୍ରୀକୁ ହତ୍ୟା କରିବା ପରେ ଆଲଭାରୋ ତାଙ୍କ ଶରୀରକୁ ଖଣ୍ଡ ଖଣ୍ଡ କରି କିଛି ଅଂଶକୁ ଏକ ପ୍ଲାଷ୍ଟିକ୍ ବ୍ୟାଗ୍ରେ ନେଇ ଏକ ଉପତ୍ୟାକାରେ ଫୋପାଡି ଦେଇଥିଲେ । ଆଉ କିଛି ଅଂଶକୁ ନିଜ ପାଖରେ ରଖିଥିଲେ । ମସ୍ତିଷ୍କକୁ ଦୋସା ପରି ଖାଦ୍ୟ ସହ ଖାଇଥିବା ପୋଲିସ ଆଗରେ ସ୍ୱୀକାର କରିଛି । ଆଲଭାରୋ ମାତ୍ର ବର୍ଷକ ତଳେ ମାରିଆ ମଂଟସେରାତଙ୍କୁ ବିବାହ କରିଥିଲେ । ବିବାହ ପୂର୍ବରୁ ୧୨ରୁ ୨୩ ବର୍ଷ ବୟସ୍କ ୫ଟି ଝିଅ ଥିବା ଜଣାପଡ଼ିଛି ।