ଜ୍ଞାନବାପି ପରେ ଏବେ ଜୁମା ମସଜିଦ୍ ବିବାଦ । ଚାରିପଟେ ୧୪୪ ଧାରା ଜାରି

285

କନକ ବ୍ୟୁରୋ: ଦେଶରେ ବଢୁଛି ଧର୍ମ ବିବାଦ । କର୍ଣ୍ଣାଟକ ମାଙ୍ଗାଲୋର ମଲାଲି ସ୍ଥିତ ଜୁମା ମସଜିଦକୁ ନେଇ ଆରମ୍ଭ ହୋଇଛି ବିବାଦ । ଫଳରେ ମସଜିଦର ୫୦୦ ମିଟର ପରିସର ମଧ୍ୟରେ ୧୪୪ ଧାରା ଲାଗୁ କରାଯିବା ସହ ସୁରକ୍ଷା ବ୍ୟବସ୍ଥା ବ୍ୟବସ୍ଥାକୁ କଡାକଡି କରାଯାଇଛି ।

ସୂଚନା ମୁତାବକ, ଏପ୍ରିଲ ୨୧ ତାରଇଖରେ ମସଜିଦର ନବୀକରଣ କରାଯିବା ଅବସରରେ ଏହାର ତଳ ଭାଗରୁ ଏକ ହିନ୍ଦୁ ମନ୍ଦିରର ବାସ୍ତୁଶିଳ୍ପ ଡିଜାଇନ୍ ଦେଖିବାକୁ ମିଳିଥିଲା । ତେବେ ଏହି ମସଜିଦର ଗୋଟିଏ ଅଂଶକୁ ନଷ୍ଟ କରିଦିଆଯାଇଛି । ତେଣୁ ମସଜିଦ ହେବା ପୂର୍ବରୁ ଏହା ହିନ୍ଦୁ ମାନଙ୍କର ମନ୍ଦିର ଥିଲା ବୋଲି ହିନ୍ଦୁ ସଙ୍ଗଠନ ଦାବି କରୁଛି । ଏହାକୁ ନେଇ ଜୁମା ମସଜିଦର ଦସ୍ତାବିଜ୍ ଯାଞ୍ଚ କରି ଏହାର ବାସ୍ତବତା ଖୋଜିବାକୁ ହିନ୍ଦୁ ସଙ୍ଗଠନ ପକ୍ଷରୁ ଜିଲ୍ଲା ପ୍ରଶାସନଙ୍କ ପାଖରେ ଅପିଲ କରାଯାଇଛି । ତେଣୁ କାଳେ ଏଠାରେ ଏହି ପ୍ରସଙ୍ଗକୁ ନେଇ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବ ତେଣୁ ୧୪୪ ଧାରା ଲାଗୁ କରାଯିବା ସହ ସଠିକ ତଥ୍ୟ ଜଣାପଡିବା ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।