ମାଟ୍ରିକ ଟପ୍ପରଙ୍କ କାହାଣୀ: ସଫଳତା ପଛରେ କଠିନ ପରିଶ୍ରମ

159

କନକ ବ୍ୟୁରୋ: ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇଛି । ଏଥର ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ସଫଳତା ହାର ଅଧିକ ରହିଛି । ଏବର୍ଷ ପରୀକ୍ଷାର୍ଥୀଙ୍କୁ ସପ୍ଲିମେଂଟାରୀ ପରୀକ୍ଷା ଦେବାର ସୁଯୋଗ ମିଳିବ । ଗ୍ରେଡେସନ ଆଧାରରେ ଏଥର ଭଲ ମାର୍କ ରଖିଛନ୍ତି ଛାତ୍ରଛାତ୍ରୀ । ଏଭଳି ଜଣେ ଛାତ୍ରୀ ହେଉଛନ୍ତି ଯାଜପୁରର ଏମ.ସି ହାଇସ୍କୁଲର ଛାତ୍ରୀ ସୌମ୍ୟାଶ୍ରୀ ସ୍ନେହାଦାସ । ସେ ମାଟ୍ରିକ ପରୀକ୍ଷାରେ ୯୭ ପ୍ରତିଶତ ମାର୍କ ରଖିଛନ୍ତି । ସେହିଭଳି କେନ୍ଦ୍ରାପଡା ମାର୍ଶାଘାଇ ସରକାରୀ ଉଚ୍ଚ ବିଦ୍ୟାଳୟର ଅସୀମା ଦାସ । ସେ ୯୮ ପ୍ରତିଶତ ମାର୍କ ରଖିଛନ୍ତି । ଆଉ ସେ ନିଜ ସଫଳତାରେ ଉତ୍ସାହିତ ବି ଅଛନ୍ତି । ଜିଲ୍ଲାରେ ସେ ଟପ୍ପର ହୋଇ ହିନ୍ଦୀରେ ଶହପ୍ରତିଶତ ମାର୍କ ରଖିଛନ୍ତି ।

ମାଟ୍ରିକ ପରୀକ୍ଷାରେ ବାଲେଶ୍ୱର ଜିଲ୍ଲା ଟପ୍ପର ହୋଇଛନ୍ତି ରାଜଲକ୍ଷ୍ମୀ ପଣ୍ଡା । ଭୋଗରାଇ ବ୍ଲକ ହୁଗୁଳି ଗାଁର ରାଜଲକ୍ଷୀଙ୍କ ବାପା ହେଉଚନ୍ତି ମନୋଜ କୁମାର ପଣ୍ଡା । ମନୋଜ ଚନ୍ଦେନଶ୍ୱର ମନ୍ଦିରରେ ପୂଜକ ଅଛନ୍ତି । ରାଜଲକ୍ଷ୍ମୀ ଭବିଷ୍ୟତରେ ଜଣେ ଅଧ୍ୟାପିକା ହେବାର ଲକ୍ଷ୍ୟ ରଖିଛନ୍ତି । ସେହିଭଳି ଭୁବନେଶ୍ୱର ୟୁନିଟ-୮ ସରସ୍ୱତୀ ଶିଶୁ ମନ୍ଦିରର ଛାତ୍ର ଓମପ୍ରକାଶ କର ୯୬.୩୩ ପ୍ରତିଶତ ରଖିଛନ୍ତି । ଆଉ ନିଜ ପରିଶ୍ରମ ପଛର କାହାଣୀ କହିଛନ୍ତି ଓମପ୍ରକାଶ ।

ସେହିଭଳି ଭୁବନେଶ୍ୱର ନୀଳାଦ୍ରିବିହାର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ର ସୂର୍ଯ୍ୟକାନ୍ତ ସ୍ୱାଇଁ ୯୭.୩୩ ପ୍ରତିଶତ ମାର୍କ ରଖିଛନ୍ତି । ଆଉ ଏହାର ଶ୍ରେୟ ସେ ଗୁରୁଜନ ଓ ପିତାମାତାକୁ ଦେଇଛନ୍ତି । ସେହିଭଳି ବ୍ରହ୍ମପୁର ରାମହରି ନଗର ସରସ୍ୱତୀ ବିଦ୍ୟା ମନ୍ଦିରର ବିଶ୍ୱଜିତ ଭୂୟାଁ ୯୮. ୧୬ ପ୍ରତିଶତ ନମ୍ବର ରଖି ଟପ୍ପର ହୋଇଛନ୍ତି । ଆଉ ଏଥିରେ ସେ ଖୁସି ପ୍ରକାଶ କରିଛନ୍ତି ଓ ଦିନକୁ ୮ରୁ ୧୦ ଘଂଟା ପରିଶ୍ରମ କରୁଥିଲେ ବୋଲି କହିଛନ୍ତି ।

କୁହାଯାଏ, ମାଟ୍ରିକ ପରୀକ୍ଷା ହେଉଛି ସଫଳତାର ପ୍ରଥମ ପାହାଚ । ଏହିଠାରୁ ସେମାନେ ନିଜୟ ବିଷୟ ଚୟନ କରିଥାନ୍ତି, ଯାହା ତାଙ୍କର କ୍ୟାରିୟରରେ ଟର୍ଣ୍ଣିଂ ପଂଏଟ ହୋଇଥାଏ ।