ଆଇପିଏସ ସ୍ତରରେ ବଡ ଧରଣର ଅଦଳ ବଦଳ, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ ?

2,964

କନକ ବ୍ୟୁରୋ : ଆଇପିଏସ ସ୍ତରରେ ବଡ ଧରଣର ଅଦଳ ବଦଳ କରାଯାଇଛି । ଏହି କ୍ରମରେ ଏଏମ ପ୍ରସାଦଙ୍କୁ ଏଚଆରପିସିର ସ୍ପେଶାଲ ଡିଜି ଭାବେ ଦାୟିତ୍ୱ ଦିଆଯାଇଛି । ସେହିଭଳି ଆରକେ ଶର୍ମାଙ୍କୁ ଆଡିସନାଲ ଡିଜି (ହେଡକ୍ୱାର୍ଟର) ଭାବେ ଦାୟିତ୍ୱ ମିଳିଥିବା ବେଳେ ଅମିତାଭ ଠାକୁରଙ୍କୁ ପରିବହନ କମିଶନର ଭାବେ ଦାୟିତ୍ୱ ଦିଆଯାଇଛି । ଅନ୍ୟପଟେ ନରସିଂହ ଭୋଳଙ୍କୁ ଅବକାରୀ କମିଶନର ଦାୟତ୍ୱ ମିଳିଛି ।
ସେପଟେ ସମ୍ବଲପୁର ଏସପିଙ୍କର ମଧ୍ୟ ବଦଳି ହୋଇଛି । ମୁକେଶ କୁମାର ଭାମୁଙ୍କୁ ସମ୍ବଲପୁରର ନୂଆ ଏସପି ଭାବେ ଦାୟିତ୍ୱ ମିଳିଛି । କେବଳ ସମ୍ବଲପୁର ନୁହେଁ ରାଉରକେଲା ଏସପିଙ୍କୁ ମଧ୍ୟ ବଦଳି କରାଯାଇଛି । ତାଙ୍କ ସ୍ଥାନରେ ମିତ୍ରଭାନୁ ମହାପାତ୍ରଙ୍କୁ ରାଉରକେଲା ଏସପି ଭାବେ ନିଯୁକ୍ତି ମିଳିଛି । ଏହି କ୍ରମରେ ମୟୂରଭଞ୍ଜ ଏସପି ଭାବେ ବାତୁଲ ଗଙ୍ଗାଧରଙ୍କୁ ଦାୟିତ୍ୱ ମିଳିଛି ।

ଅନ୍ୟପଟେ ସୁଧାଂଶୁ ସଡଙ୍ଗୀଙ୍କୁ ଅଗ୍ନିଶମ ବିଭାଗର ଡିଜି ସହ ସାମାଜିକ ନିରାପତ୍ତା ଓ ହୋମଗାର୍ଡ ବିଭାଗର ଦାୟିତ୍ୱ ମିଳିଛି । ସେହିଭଳି ସଂଜୟ କୁମାରଙ୍କୁ ଆଡିସନାଲ ଡିଜିପି (ଆଇନ ଶୃଙ୍ଖଳା) ଓ କମ୍ୟୁନିକେସନ ବିଭାଗର ଦାୟିତ୍ୱ ମିଳିଛି । ସେପଟେ ସୁରେଶ ଦେବ ଦତ୍ତ ସିଂଙ୍କୁ ଆଡିସନାଲ ଡିଜିପି (ଅପରେସନ) ଦାୟିତ୍ୱ ମିଳିଥିବା ବେଳେ ଦୟାଲ ଗଙ୍ଗୱାରଙ୍କୁ ରେଳ ଓ ଉପକୂଳ ସୁରକ୍ଷା ବିଭାଗର ଡିଜିପି ଭାବେ ନିଯୁକ୍ତି ମିଳିଛି । ସେହିଭଳି ରାଜେଶ କୁମାରଙ୍କୁ ଡିଜିପି (ଆଧୁନିକରଣ) ଦାୟିତ୍ୱ ଦିଆଯାଇଛି । ଆଶିସ ସିଂଙ୍କୁ ସେଣ୍ଟ୍ରାଲ ରେଞ୍ଜ ଆଇଜିପି କଟକ ସହ ଷ୍ଟେଟ ଫରେନସିକ ସାଇନ୍ସ ଲାବ୍ରୋଟାରୀର ଦାୟିତ୍ୱ ମିଳିଛି । ଅଖିଳେଶ ସିଂଙ୍କୁ ଏସଆଇଡବ୍ଲ୍ୟୁର ଡିଆଇଜି ଭାବେ ଦାୟିତ୍ୱ ମିଳିଛି । ସେହିଭଳି ସିଏସ ମୀନାଙ୍କୁ ଦକ୍ଷିଣ-ପଶ୍ଚିମ ରେଞ୍ଜ କୋରାପୁଟର ଡିଆଇଜି ଭାବେ ନିଯୁକ୍ତି ମିଳିଛି ।