ସଂକ୍ରମଣ ରୋକିବାକୁ କେରଳ ସରକାରଙ୍କ କୋଭିଡ କଟକଣା, ମାସ୍କ ପିନ୍ଧିବା ବାଧ୍ୟତାମୂଳକ

144

କନକ ବ୍ୟୁରୋ : ଚୀନରେ କରୋନା ମାମଲା ବଢିବା ସହ ଭାରତ, ଜାପାନ ଏବଂ ଆମେରିକା ପରି ଦେଶରେ କୋଭିଡ଼ ମାମଲା ବଢ଼ିବାରେ ଲାଗିଛି । ଆଉ ଏହାରି ମଧ୍ୟରେ କେରଳ ସରକାର ସର୍ବସାଧାରଣ ସ୍ଥାନରେ ମାସ୍କ ବାଧ୍ୟତାମୂଳକ କରିଛନ୍ତି । ସରକାରଙ୍କ ଗାଇଡ଼ଲାଇନ ଅନୁସାରେ ଅଫିସ, ଅନୁଷ୍ଠାନ,ଜନଗହଳି ଆଦି ସ୍ଥାନରେ ମାସ୍କ ପିନ୍ଧିବାକୁ କୁହାଯାଇଛି । ଏବଂ ସଂକ୍ରମଣ ରୋକିବାକୁ ସାମାଜିକ ଦୂରତା ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟର ସବୁଠି ମାସ୍କ ଓ ସାନିଟାଇଜର ବ୍ୟବହାର ବାଧ୍ୟତାମୂଳକ କରାଯାଇଛି । ସ୍ୱାସ୍ଥ୍ୟ ବିଭାଗ ଅନୁଯାୟୀ ବର୍ତମାନ କେରଳରେ ଏକ ହଜାରରୁ ଅଧିକ ଆକ୍ଟିଭ ମାମଲା ଚିହ୍ନଟ ହୋଇଛି । କରୋନା ସଂକ୍ରମଣକୁ ନେଇ ଡ଼ବ୍ଲ୍ୟୁଏଚଓର ନୂଆ ଗାଇଡ଼ଲାଇନ ଅନୁସାରେ ,ଯେଉଁ ବ୍ୟକ୍ତିଙ୍କ ଠାରେ ସଂକ୍ରମଣ ଦେଖିବାକୁ ମିଳୁଛି, ସେମାନେ ୧୦ ଦିନ ଆଇସୋଲେସନରେ ରହିବାକୁ ନିର୍ଦ୍ଦେଶ ଦେବା ସହ ମାସ୍କ ପିନ୍ଧିବାକୁ କଡ଼ାକଡ଼ି କରିଛନ୍ତି ।