ଆଜି ପୁଣି ସନାତନ ମହାକୁଡଙ୍କ ଘରେ ଚାଲିଛି ରେଡ୍ : ରାତିରେ ତାଙ୍କ ଘରେ ଥିଲେ ଆୟକର ବିଭାଗର ଅଧିକାରୀ ଓ ପୋଲିସ୍

501

କନକ ବ୍ୟୁରୋ : ପୂର୍ବତନ ଚମ୍ପୁଆ ବିଧାୟକ ସନାତନ ମହାକୁଡରେ ଘରେ ଲଗାତର ଦ୍ୱିତୀୟ ଦିନ ପାଇଁ ଆୟକର ବିଭାଗର ମାରାଥନ ରେଡ । ଆଜି ସକାଳୁ ପୁଣି ଆଇଟି ବିଭାଗର ଅଧିକାରୀ ସନାତନଙ୍କ ଭୁବନେଶ୍ୱର ସହୀଦ ନଗର ଘରେ ଛାନଭିନ୍ ଆରମ୍ଭ କରିଛନ୍ତି । ଆୟକର ବିଭାଗର ଏକ ସ୍ୱତନ୍ତ୍ର ଟିମ୍ ଏହି ଚଢ଼ାଉ କରିଛନ୍ତି । ଗତକାଲି ମଧ୍ୟ ସନାତନ ମହାକୁଡଙ୍କ ଭୁବନେଶ୍ୱର ସମେତ କେନ୍ଦୁଝର, ଚମ୍ପୁଆ ସ୍ଥିତ ଘରେ ଚଢାଉ କରିଥିଲା ଆୟକର ବିଭାଗ । କାଲିଠୁ ଏପର୍ଯ୍ୟନ୍ତ ରେଡ ଜାରି ରହିଥିବା ନେଇ ସୂଚନା ମିଳିଛି । ଗତକାଲି ଆଇଟି ବିଭାଗର ଅଧିକାରୀ ଏବଂ ପୋଲିସ ଅଧିକାରୀମାନେ ସନାତନଙ୍କ ଘରେ ରହିଥିଲେ । ଆଜି ସକାଳ ୯ଟାରୁ ପୁଣି ରେଡ ଆରମ୍ଭ ହୋଇଛି ।