କନକ ବ୍ୟୁରୋ : ୩୦ଦିନ ତଳେ ୩୦ ମାଓବାଦୀଙ୍କୁ ହତ୍ୟା । ପଣସପୁଟ ଏନକାଉଂଟର ମାସପୁର୍ତି । କୁହାଯାଉଛି ଗ୍ରେହାଉଣ୍ଡର ଏ ଗଣହତ୍ୟା ପରେ ପାଗଳ ହୋଇଯାଇଛି ଲାଲବାହିନୀ । ଆଉ ତିଆରି ହେଉଛି ଲାଲସଂଗଠନର ନୂଆ ରଣନୀତି । ବିପ୍ଳବୀ ଇତିହାସରେ କେବେ ନ ଘଟି ଥିବା ଘଟଣା ଲାଗି ଯୋଜନା । ଆତ୍ମଘାତୀ ହମଲା । ଆଉ ସୁଇସାଇଡ୍ ବମ୍ ଟାର୍ଗେଟରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଓ ତାଙ୍କ ପୁଅ ।
Kanak News is now on WhatsApp
Join and get latest news updates delivered to you via WhatsApp
କାରଣ ନାଇଡୁ କ୍ଷମତାକୁ ଫେରିବା ପରେ ଏ ଥିଲା ନକ୍ସଲଙ୍କ ବିରୋଧରେ ସବୁଠାରୁ ବଡ ହମଲା । ତେଣୁ ପ୍ରେସ ରିଲିଜ୍ ଜରିଆରେ ମୁଖ୍ୟମନ୍ତ୍ରୀ ଓ ତାଙ୍କ ପୁଅକୁ ହତ୍ୟାର ଧମକ ଦେଇଛି ଆନ୍ଧ୍ର ଓଡିଶା ବର୍ଡର ଯୋନାଲ କମିଟି । କୁହାଯାଉଛି ଆଇଏସଆଇଏସ୍, ସିମି, ହିଜବୁଲ ମୁଜାଇଦ୍ଦିନ, ଲସ୍କରେ ତୋଏବା ଓ ଏଲ.ଟି.ଟି.ଇ ପରି ଏବେ ଆତ୍ମଘାତୀ ହମଲା କରିବାକୁ ଯୋଜନା ଚଳାଇଛନ୍ତି ମାଓବାଦୀ ।
୨୦୦୩ ମସିହାର ତିରୁମଲା ଆଲିପିରି ଠାରେ ମାଓ ଆକ୍ରମଣରୁ ଅଳ୍ପକେ ବର୍ତି ଯାଇଥିଲେ ଚନ୍ଦ୍ରବାବୁ ନାଇଡୁ । ଏଥର କିନ୍ତୁ ଆତ୍ମଘାତି ଆକ୍ରମଣରୁ ପୋଲିସ କିମ୍ବା ସେନା ସୁରକ୍ଷା ଦେଇ ପାରିବେ ନାହିଁ ବୋଲି ଚେତାଇ ଦେଇଛନ୍ତି ଲାଲବାହିନୀ ।
ସେପଟେ ପଣସପୁଟ୍ ଏନକାଉଂଟରର ଏକ ମାସ ପରେ ମଧ୍ୟ ବିଚ୍ଛିନ୍ନାଂଚଳରେ ଭୟ ଓ ଆତଙ୍କର ବାତାବରଣ । ମାଓବାଦୀଙ୍କ ଦୌରାତ୍ମ୍ୟ ଯୋଗୁଁ ଅନେକ ଗ୍ରାମବାସୀ ଏବେ ବିଚ୍ଛିନ୍ନାଂଚଳ ଛାଡୁଛନ୍ତି । ସେପଟେ ଲାଲବାହିନୀ ଗାଁରୁ ଗାଁ ବୁଲି ଚାଲିଛି ସଭ୍ୟ ସଂଗ୍ରହ ଅଭିଯାନ ।