ଜମି ବିବାଦ ନେଲା ଦୁଇ ଦୁଇଟି ଜୀବନ ! ବରଗଡ ଅତାବିରାରେ ପୁଅକୁ ଟାଙ୍ଗିଆରେ ହାଣି ହତ୍ୟା କଲା ପରେ ବାପାର ଆତ୍ମହତ୍ୟା

38

କନକ ବ୍ୟୁରୋ: ବରଗଡ ଜିଲ୍ଲା ଅତାବିରା ପହାରଶିରିଗିଡା ଗାଁର ରାଇପରାରେ ଅଭାବନୀୟ ଘଟଣା ଘଟିଛି । ଜମିବିବାଦକୁ କେନ୍ଦ୍ରକରି ପୁଅକୁ ହତ୍ୟା କରିବା ପରେ ଆତ୍ମହତ୍ୟା କରିଛି ବାପା । ସୂଚନା ଅନୁସାରେ, ଦୀର୍ଘଦିନ ଧରି ଗାଁର ପି.କେ ବରିହା ଓ ତାଙ୍କ ପୁଅ ପି.କେ.ସୁବାରାଓ ମଧ୍ୟରେ ଜମିକୁ ନେଇ ବିବାଦ ରହିଥିଲା । ବିବାଦ ବଢିବା ପରେ ପି.କେ.ବରିହା, ସୁବାରାଓଙ୍କୁ ଟାଙ୍ଗିଆରେ ହାଣି ପକାଇଥିଲେ । ଘଟଣାସ୍ଥଳରେ ହିଁ ପୁଅର ମୃତ୍ୟୁ ହୋଇଥିଲା । ଏହା ପରେ ପି.କେ.ବରିହା ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ । ପୋଲିସ ଘଟଣସ୍ଥାଳରୁ ଟାଙ୍ଗିଆକୁ ଜବତ କରିଛି ।

ସେପଟେ, ଝାରସୁଗୁଡ଼ାରେ ଛୁରାମାଡ଼ରେ ଯୁବକ ଆହତ । ଶନିବାର ରାତିରେ ବ୍ରଜାରାଜ ନଗର ଅନ୍ତର୍ଗତ ଓରିଏଣ୍ଟ୍ ପେପର୍ ମିଲସ୍ କଲୋନି ପଡ଼ିଆରେ ଚାଲିଥିବା ମୀନାବଜାରରେ ଜଣେ ଯୁବକଙ୍କୁ ଛୁରି ଭୁସି ଆକ୍ରମଣ କରାଯାଇଛି।ଆହତ ଯୁବକଙ୍କ ନାଁ ସଂଜୟ ଶର୍ମା। ତାଙ୍କ ଘର ଓପିଏମ୍ କଲୋନିରେ।ରାତି ପ୍ରାୟ ୧୧ଟା ବେଳେ କୌଣସି କାରଣରୁ ମୀନାବଜାର ପଡ଼ିଆରେ ଗଣ୍ଡଗୋଳ ହୋଇଥିଲା। ସେଥିରେ ରାଜା ସିଂହ ଓ ତାଙ୍କ ଭାଇ ମିଶି ସଂଜୟଙ୍କୁ ଛୁରି ଦ୍ୱାରା ଆକ୍ରମଣ କରିଥିଲେ।

ଆହତ ସଂଜୟଙ୍କୁ ମୀନାବଜାରର କମିଟିର କର୍ମକର୍ତ୍ତାମାନେ ମଣ୍ଡଳିଆସ୍ଥିତ କେନ୍ଦ୍ରୀୟ ଚିକିତ୍ସାଳୟରେ ଚିକିତ୍ସା କରାଇଛନ୍ତି। ତାଙ୍କର ଦୁଇ ହାତ ଓ ପେଟରେ ଆଘାତ ଲାଗିଛି। ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି ବୋଲି ଡାକ୍ତରମାନେ କହିଛନ୍ତି।ବ୍ରଜରାଜ ନଗର ପୁଲିସ ରାତାରାତି ଆକ୍ରମଣକାରୀ ବଡ଼ଭାଇ ରାଜା ସିଂହଙ୍କୁ ଧରିଛି। ଅନ୍ୟ ଜଣେ ଭାଇକୁ ଖୋଜା ଚାଲିଛି।