ନିଜର ଅସ୍ତିତ୍ୱ ଏବଂ ଦଳର ପ୍ରତିଷ୍ଠାକୁ ବଜାୟ ରଖିବା ପାଇଁ ଗୋଟିଏ ପରେ ଗୋଟିଏ ମିଛ କହି ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି ! ଏବେ ଜନତା ଦେବେ ଜବାବ୍ । 

261

ଭାରତୀୟ ଜାତୀୟ କଂଗ୍ରେସ ଦଳର ନେତା ମଲ୍ଲିକାର୍ଜ୍ଜୁନ ଖଡଗେ ଏକ ସାକ୍ଷାତକାରରେ ଏଏନଆଇ ନ୍ୟୁଜ୍ ଏଜେନ୍ସିକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନତାଙ୍କ ପ୍ରତି କରିଥିବା ଅନ୍ୟାୟକୁ ବଖାଣିଛନ୍ତି । ସେ କହିଛନ୍ତି , ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପର୍ଯ୍ୟନ୍ତ ଯାହା କହି ଆସିଛନ୍ତି ତାହାକୁ କେବଳ ବାରମ୍ବାର ଗଣମାଧ୍ୟମରେ ଦୋହରାଉଛନ୍ତି ।

ସେ ପ୍ରଥମେ ବିଦେଶରୁ କଳାଧନ ଆଣିବା କଥା କହି ଲୋକଙ୍କୁ ଭୁଆଁ ବୁଲାଇଲେ  । ଏହାପରେ ୧୫ ଦିନ ଏବଂ ତାପରେ ୧୦୦ ଦିନର ସମୟ ମଧ୍ୟ ମାଗିଲେ । କିନ୍ତୁ ଏଯାଏଁ ସେ ବିଦେଶରୁ କଳାଧନ ଆଣିପାରିଲେ ନାହିଁ । ପ୍ରତ୍ୟେକ ବ୍ୟକ୍ତିଙ୍କ ପକେଟରେ ୧୫ ଲକ୍ଷ ଟଙ୍କା ଯିବାକୁ କହି ଏଯାଏଁ ନିଜ ପ୍ରତିଶୃତି ପୂରଣ କରି ପାରିଲେ ନାହିଁ । ପ୍ରତିବର୍ଷ ୨ ଲକ୍ଷ ୨ କୋଟି ଚାକିରୀ ବେରୋଜଗାରଙ୍କୁ ଯୋଗାଇଦେବାକୁ କହିଥିଲେ କିନ୍ତୁ ଏଯାଏଁ କେତେଜଣଙ୍କୁ ସେ ଚାକିରୀ ଯୋଗାଇଦେଲେ ଏହା ଏକ ପ୍ରଶ୍ନ ହୋଇରହିଛି । ଚାଷୀଙ୍କ ପାଇଁ ସେ ଉତ୍ପାଦନର ୫୦ ପ୍ରତିଶତ ଲାଭାଂଶ ଦେବେ କଣ ଆଜି ପର୍ଯ୍ୟନ୍ତ ସେ ଏହି ପ୍ରତିଶୃତିକୁ ପୂରଣ କଲେ? ରାଫେଲ୍ ଦୁର୍ନୀତି ମାମଲାର ତ ଚର୍ଚ୍ଚା ହେବାକୁ ଯାଉଛି କିନ୍ତୁ ମୋଦି ସରକାରଙ୍କୁ ଜଏଣ୍ଟ ସିଲେକ୍ଟ କମିଟିକୁ ସାମ୍ନା କରିବାକୁ କାହିଁକି ଅସୁବିଧା ହେଉଛି?  ନା କେବେ ପାର୍ଲାମେଣ୍ଟକୁ ଆସୁଛନ୍ତି , ନା କୌଣସି ବିଷୟରେ ଚର୍ଚ୍ଚା କରୁଛନ୍ତି । କେବଳ ଗଣମାଧ୍ୟମ ସାମ୍ନାରେ ବଡ ବଡ କଥା କହି ଏହି ସମସ୍ୟାର ସମାଧାନ ହୋଇପାରିବ ନାହିଁ । ମୋଦି ଯଦି ଏହି ସମସ୍ୟାର ସମାଧାନ କରିବାକୁ ଚାହୁଁଛନ୍ତିି ତେବେ ପାର୍ଲାମେଣ୍ଟ ଆସନ୍ତୁ ଏବଂ ଏହି ବିଷୟରେ ସମସ୍ତଙ୍କ ସହ ଖୋଲାଖୋଲି ଭାବେ ଚର୍ଚ୍ଚା କରନ୍ତୁ । ଜନତା ସବୁ ଜାଣିସାରିଛନ୍ତି ବସି ବସି କେବଳ ଭାଷଣ ଦେଲେ ଆଉ କାମ ଚଳିବନାହିଁ । କେବଳ ନିଜର ଅସ୍ତିତ୍ୱ ଏବଂ ଦଳର ପ୍ରତିଷ୍ଠାକୁ ବଜାୟ ରଖିବା ପାଇଁ ମୁଁ ଏୟା କରିଛି ସେୟା କରିଛି କହୁଥିବା ମୋଦିଙ୍କ ଅହଂକୁ ୨୦୧୯ ନିର୍ବାଚନରେ ଜନତା ଭାଙ୍ଗିବେ ।