ମାଲକାନାଗିରି ଏନକାଉଂଟର ପରେ ଗ୍ରାଉଣ୍ଡ ଜିରୋରେ କନକ ନ୍ୟୁଜ : ଏବେବି ତାଜା ଅଛି ଗୁଳିର ଚିହ୍ନ

25

ମାଲକାନାଗିରି : ଘଂଚ ଜଙ୍ଗଲରେ ଘନ ଅନ୍ଧାର ଭିତରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ହେଲା ଘମାଘୋଟ ଲଢେଇ । ଅଉ ଏଥିରେ ୨୮ ଜଣ ମାଓବାଦୀଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ସୁରକ୍ଷାକର୍ମୀ ସହିଦ ହେଲେ । ଏବେ ବି ଜଣେ ସୁରକ୍ଷାକର୍ମୀ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ଏବେବି ମାଲକାନାଗିରି ବିଚ୍ଛିନାଂଚଳ ପଣସପୁଟ ଜଙ୍ଗଲର ଚାରି ଆଡେ ବିଛାଡି ହୋଇ ପଡିରହିଛି ମାଓବାଦୀଙ୍କର ବ୍ୟବହାର୍ଯ୍ୟ ସାମଗ୍ରୀ । ବଡ ଧରଣର ଆକ୍ରମଣ ଯୋଜନା ପ୍ରସ୍ତୁତ କରିବା ପଇଁ ପଣସପୁଟ ଜଙ୍ଗଲରେ ଏକାଠି ହୋଇଥିଲେ ୫୦ରୁ ଅଧିକ ମାଓବାଦୀ ।

ଗୁଇନ୍ଦା ବିଭାଗ ପକ୍ଷରୁ ମାଓବାଦୀଙ୍କ ଯୋଜନା ବାବଦରେ ମାଲକାନାଗିରି ପୁଲିସ ଓ ଆନ୍ଧ୍ର ଗ୍ରେହାଉଣ୍ଡ ପାଖରେ ଖବର ପହଂଚିଥିଲା । ନକ୍ସଲ ନିପାତ ପାଇଁ ପୁରା ଯୋଜାନା କରିଥିଲେ ଆନ୍ଧ୍ର ଗ୍ରେହାଉଣ୍ଡ ଓ ମାଲକାନାଗିରି ପୁଲିସ । ରବିବାର ରାତିରୁ ଅପରେସନ ଆରମ୍ଭ କରିଥିଲେ ସୁରକ୍ଷାକର୍ମୀ । ମାଓ ଶିବିରରେ କରିଥିଲେ ଗୁଳି ବର୍ଷା ମାଓବାଦୀ ବି ପାଲଟା ଆକ୍ରମଣ କରିଥିଲେ । ଏଥିରେ ୨୮ ମାଓବାଦୀଙ୍କର ମୃତ୍ୟୁ ହୋଇଥିବା ବେଳେ ବହୁ ମାଓବାଦୀ ଖସି ପଳାଇଥିବା ଅନୁମାନ କରାଯାଉଛି ।

ସୁରକ୍ଷାକର୍ମୀ ମାଓ ଶିବିର ଧ୍ୱଂସ କରିବା ପରେ ପଣସପୁଟ ଜଙ୍ଗଲରେ ପଂହଚିଥିଲା କନକ ନ୍ୟୁଜ । ଏଣେ ତେଣେ ପଡିରହିଥିଲା ମାଓ ସାମଗ୍ରୀ । କେଉଁଁଠି ମାଓବାଦୀଙ୍କ ଟୋପିତ, ଆଉ କେଉଁଠି ରହିଥିଲା ରନ୍ଧା ହୋଇଥିବା ଖାଦ୍ୟସାମଗ୍ରୀ,। ଖୋକା ପଡିଥିବା ଦୃଶ୍ୟ ମଧ୍ୟ କଏଦ କରିଥିଲା ଆମ କ୍ୟାମେରା । ମାଓବାଦୀ ଲେଖିଥିବା ପୋଷ୍ଟର ସେମିତି ପଡି ରହିଥିଲା ଜଙ୍ଗଲ ଭିତରେ। ଗ୍ରାଉଣ୍ଡ ଜିରୋର ରିପୋର୍ଟ ଦେଖନ୍ତୁ ଏହି ଭିଡିଓରେ :