ଏନସିଆରବିରେ ସାଂଘାତିକ ତଥ୍ୟ : ରାଜ୍ୟର ବିଭିନ୍ନ ଜେଲରେ ଅଧାରୁ ଅଧିକ କଏଦୀ ଗରିବ; ସେହି ଅନୁପାତରେ ନାହାନ୍ତି ଧନୀକ ଶ୍ରେଣୀର ଲୋକ

84

କନକ ବ୍ୟୁରୋ : ଏନସିଆରବିରେ ତଥ୍ୟ । ରାଜ୍ୟର ବିଭିନ୍ନ ଜେଲରେ ଅଧିକରୁ ଅଧିକ କଏଦୀ ଗରିବ ଶ୍ରେଣୀର ବୋଲି ତଥ୍ୟରୁ ଜଣାପଡ଼ିଛି । ହେଲେ ସେହି ଅନୁପାତରେ କୌଣସି ଜେଲରେ ଧନୀକ ଶ୍ରେଣୀର ଲୋକ ଥିବା ଜଣାପଡ଼ିନି । ସେଥିରୁ ଅଧିକ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବର୍ଗର ବିଚାରଧୀନ କଏଦୀ ରହିଛନ୍ତି । ଡିସେମ୍ବର ୩୧, ୨୦୨୧ ସୁଦ୍ଧା ରାଜ୍ୟରେ ବିଭିନ୍ନ ଜେଲରେ ବିଚାରାଧୀନ କଏଦୀ ସଂଖ୍ୟା ୧୮ହଜାର ୧୬୪ ରହିଛି ।

ଏମାନଙ୍କ ମଧ୍ୟରୁ ଅନୁସୂଚିତ ଜାତିର ୫ହଜାର ୭୪୬, ଅନୁସୂଚିତ ଜନଜାତିର ୪ହଜାର ୩୮୯, ପଛୁଆ ବର୍ଗର ୫ହଜାର ୬୧ ଓ ଅନ୍ୟ ବର୍ଗରୁ ୨ହଜାର ୯୮୬ ରହିଛନ୍ତି । ଓଡ଼ିଶାରେ ୨୦୨୦ ତୁଳନାରେ ୨୦୨୧ରେ ବିଚାରାଧୀନ କଏଦୀଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି । ଅନ୍ୟପକ୍ଷରେ ଜେଲ୍ ମାନଙ୍କରେ ଦଣ୍ଡାଦେଶ ପରେ ସଜା କାଟୁଥିବା କଏଦୀମାନଙ୍କ ସଂଖ୍ୟା ମାତ୍ର ୨ହଜାର ୬୨୦ ରହିଛି । ସେହିଭଳି ଡିସେମ୍ବର ୩୧, ୨୦୨୧ ସୁଦ୍ଧା ବିଚାରାଧୀନ କଏଦୀ ଓ ସଜା କାଟୁଥିବା କଏଦୀଙ୍କ ସହ ୧୯ ଜଣ ଅଟକ ବନ୍ଦୀଙ୍କୁ ହିସାବକୁ ନେଲେ ମୋଟ ୨୦ହଜାର ୮୦୩ କଏଦୀ ରହିଛନ୍ତି ।