କନକ ବ୍ୟୁରୋ : ମହାଶିବରାତ୍ରୀ ତିଥିକୁ ନେଇ ତୁଟିଲା ବିବାଦ । ୧୪ରେ ହିଁ ମହାଦେବଙ୍କ ମହାଶିବରାତ୍ରୀ ମହାପର୍ବ ଅନୁଷ୍ଠିତ ହେବ । ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ଏହି ନିଷ୍ପତ୍ତିି ନେଇଛନ୍ତି । ଶିବରାତ୍ରୀକୁ ନେଇ ବିଭିନ୍ନ ପାଂଜିରେ ପାର୍ଥକ୍ୟ ଦେଖାଦେଇଥିଲା ।
Kanak News is now on WhatsApp
Join and get latest news updates delivered to you via WhatsApp
କିଛି ପାଂଜିରେ ୧୩ ତାରିଖକୁ ଶିବରାତ୍ରୀ ଦର୍ଶାଯାଇଥିବା ବେଳେ ଆଉ କିଛି ପାଂଜିରେ ୧୪ ତାରିଖକୁ ଶିବରାତ୍ରୀ ବୋଲି ଦର୍ଶାଯାଇଛି । ଅନ୍ୟପଟେ କିଛି ପାଂଜି ଗଣନାକାରୀ କହିଥିଲେ ୧୩ ତାରିଖରେ ହିଁ ଶିବରାତ୍ରୀ ଯୋଗ ପଡିଛି । ଯେଉଁ ସବୁ ପଞିକାରେ ଶିବରାତ୍ରୀ ୧୪ ତାରିଖ ଦର୍ଶାଯାଇଛି ସେହି ଗଣନାକରୀମାନେ ନିସର୍ତ୍ତ କ୍ଷମା ମାଗନ୍ତୁ ।