ମହାରାଷ୍ଟ୍ରରେ ୧୦ରୁ ଲାଗୁ ହେବ ନାଇଟ କର୍ଫ୍ୟୁ । ଲକଡାଉନ ସପକ୍ଷରେ ନାହାନ୍ତି କହିଲେ ଉଦ୍ଧବ

127

କନକ ବ୍ୟୁରୋ : ମହାରାଷ୍ଟ୍ରରେ ସଂକ୍ରମଣ ରକେଟ ସ୍ପିଡରେ ମାଡି ଚାଲିଥିବା ବେଳେ କଡ଼ା ପଦକ୍ଷେପ ନେଇଛନ୍ତି ଉଦ୍ଧବ ସରକାର । ଆସନ୍ତାକାଲି ଠାରୁ ରାଜ୍ୟରେ ନାଇଟ କର୍ଫ୍ୟୁ ଲାଗୁ ହେବ । ରାତି ୧୧ରୁ ସକାଳ ୫ଟା ଯାଏଁ ଲାଗିବ ନାଇଟ କର୍ଫ୍ୟୁ । ହୋଟେଲ, ସପିଂ ମଲ, ଅଡିଟୋରିୟମ ୫୦ ପ୍ରତିଶତ କ୍ଷମତାରେ ଚାଲିବ ।
ସେପଟେ ଜିମ୍ ଓ ସେଲୁନ ବନ୍ଦ ରହିବ । ଚିଡ଼ିଆଖାନା ଓ ସଂଗ୍ରହାଳୟ ବନ୍ଦ ରହିବ । ୫ ଜଣରୁ ଅଧିକଙ୍କୁ ଏକାଠି ହେବା ଉପରେ କଟକଣା । ଟୁଇଟ୍ କରି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି, ସରକାର ଲକଡାଉନ କରିବାକୁ ଚାହୁଁନାହାନ୍ତି । କିନ୍ତୁ ଅନାବଶ୍ୟକ ଭାବେ ଭିଡ଼ ନକରିବାକୁ ସେ ପରାମର୍ଶ ଦେଇଛନ୍ତି । କୋଭିଡ୍ ନିୟମ କଡ଼ାକଡ଼ି ପାଳନ ନକଲେ କୌଣସି କଟକଣା ଫଳପ୍ରଦ ହେବ ନାହିଁ ବୋଲି କହିଛନ୍ତି ଉଦ୍ଧବ ଠାକରେ । ଲକ୍ଷଣ ଆସିଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ପାଇଁ ଲୋକଙ୍କୁ ସେ ନିବେଦନ କରିଛନ୍ତି ।