ଝୋଟ କାରଖାନାରେ ପଡିଲା ତାଲା : ରୋଜଗାର ହରାଇଲେ ୧୫୦୦ ଶ୍ରମିକ

212

କନକ ବ୍ୟୁରୋ : ରୋଜଗାର ହରାଇଲେ ୧୫୦୦ ଶ୍ରମିକ । କାରଖାନା ବନ୍ଦ ହୋଇଯିବାରୁ ଜୀବିକା ହରାଇଛନ୍ତି ଶ୍ରମିକମାନେ । ଢ଼େଙ୍କାନାଳ ଷ୍ଟେସନ ବଜାର ଅଞ୍ଚଳରେ ଥିବା କଳିଙ୍ଗ ଝୋଟ କାରଖାନାରେ ତାଲ ପଡ଼ିଛି । କାରଖାନାରେ କାମ କରୁଥିବା ୧୫୦୦ କର୍ମଚାରୀ ଚାକିରି ହରାଇଛନ୍ତି । ହଠାତ କମ୍ପାନୀରେ ତାଲା ପଡ଼ିଯିବାରୁ ଶ୍ରମିକମାନଙ୍କ ଚିନ୍ତା ବଢ଼ିଯାଇଛି । ପରିବାର ପ୍ରତିପୋଷଣ କରିବା ସହ ଚଳିବେ କେମିତି ବୋଲି କହିଛନ୍ତି ।

କିଛି ଦିନ ହେବ କାରଖାନାରେ ଥିବା ଦୁଇଟି ଶ୍ରମିକ ସଂଘ ଓ କମ୍ପାନୀ କର୍ତ୍ତୃପକ୍ଷଙ୍କ ଭିତରେ ଶ୍ରମିକଙ୍କ ଖାଇବା ଛୁଟି ଅଧା ଘଣ୍ଟାକୁ ଏକ ଘଣ୍ଟା କରିବାକୁ ନେଇ ମତଭେଦ ଦେଖାଦେଇଥିଲା । ଏହାରି ଭିତରେ କମ୍ପାନୀ ଗେଟରେ ଗତକାଲି ନୋଟିସ ମରାଯାଇ ଲେଖାଯାଇଛି ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କମ୍ପାନୀକୁ ବନ୍ଦ କରି ଦିଆଯାଇଛି । କମ୍ପାନୀ ବନ୍ଦକୁ ନେଇ ଘୋର ଶ୍ରମିକମାନେ ଚିନ୍ତାରେ ଅଛନ୍ତି ।