ମହାଦେବ ଅନଲାଇନ ବେଟିଂ ଆପର ବଡ ଠକେଇ । ଖୋଳତାଡରେ ୪୧୭ କୋଟି ଟଙ୍କା ଓ ସମ୍ପତି ଜବତ, ୧୭ଜଣ ବଲିଉଡ କଳାକାରଙ୍କୁ ମିଳିପାରେ ଇଡିର ସମନ

433

କନକ ବ୍ୟୁରୋ : ଅନଲାଇନ ବେଟିଂ ଆପ ଠକେଇ ମାମଲାରେ ଫଶିପାରନ୍ତି ୧୪ରୁ ଅଧିକ ବଲିଉଡର ଜଣାଶୁଣା କଳକାର ଓ କଣ୍ଠଶିଳ୍ପୀ । ଟାଇଗର ସ୍ରଫ୍, ସନ୍ନି ଲିଓନି, ନେହା କକ୍କଡ, ବିଶାଳ ଦଦଲାୀନୀ, ଏଲି ଆବ୍ରାହମ, ଭାରତୀ ସିଂ, ଭାଗ୍ୟଶ୍ରୀ, କ୍ରିତି ଖରବନ୍ଦା, ନୁସରତ ଭରୁଚା, କ୍ରିଷ୍ଣା ଅଭିଷେକ, ସୁଖବିନ୍ଦର ସିଂଙ୍କ ସମେତ ପାକିସ୍ତାନର କଣ୍ଠଶିଳ୍ପୀ ଆତିଫ ଅସଲମ, ରାହତ ଫତେଅଲ୍ଲୀ ଖାନ, ଅଲ୍ଲୀ ସାଗରଙ୍କୁ ମଧ୍ୟ ମିଳିପାରେ ଇଡିର ସମନ । କାରଣ ମୋଟାଅଙ୍କର ଅର୍ଥ ନେଇ ଏମାନେ ଦୁବାଇ ଯାଇ ଯେଉଁ ବ୍ୟକ୍ତିଙ୍କ ବାହାଘରରେ ପରଫର୍ମ କରିଥିଲେ ଏବେ ସେହି ଅଭିଯୁକ୍ତ ଇଡି ରାଡାରକୁ ଆସିଛନ୍ତି ।

ମିଳିଥିବା ସୂଚନା ଅନୁସାରେ କୋଟି କୋଟି ଟଙ୍କା ଠକେଇ ମାମଲାରେ ସମ୍ପୃକ୍ତ ମହାଦେବ ବୁକ ଅନଲାଇନ ବେଟିଂ ଆପ୍ କମ୍ପାନୀର ପ୍ରମୋଟର ସୌରଭ ଚନ୍ଦ୍ରକାରଙ୍କ ବାହଘରରେ ବଲିଉଡର ୧୪ଜଣ କଳାକାର ପରଫମ କରିବାକୁ ଦୁବାଇ ଯାଇଥିଲେ । ଫେବ୍ରୁଆରୀ ମାସରେ ଦୁବାଇରେ ଅୟୋଜିତ ଗ୍ରାଣ୍ଡ ୱେଡିଂରେ ସେଲିବ୍ରେଟି ସାମିଲ ହୋଇ ମୋଟା ଅଙ୍କର ଅର୍ଥ ମଧ୍ୟ ନେଇଥିଲେ । ତେବେ ଆପ କମ୍ପାନୀ ନାଁରେ ଠକେଇ ଅଭିଯୋଗ ଆସିବା ପରେ ଗୁରୁବାର ମୁମ୍ବାଇ, ଦିଲ୍ଲୀ, କୋଲକାତା, ଭୋପାଳରେ ଇଡି ଚଢାଉ କରି ୪୧୪କୋଟି ଟଙ୍କା ଓ ସମ୍ପତି ଜବତ କରିଛି । ସବୁଠୁ ବଡ କଥା ହେଉଛି ବାହାଘର ପାଇଁ ସୌରଭ ଚନ୍ଦ୍ରକାର ପାଣି ପରି ୨ଶହ କୋଟି ଟଙ୍କା ଖର୍ଚ୍ଚ ମଧ୍ୟ କରିଥିଲା । କେବଳ ସେତିକି ନୁହେଁ କଳାକାରଙ୍କ ପାଇଁ ପ୍ରାଇଭେଟ ଜେଟ ସହ ସବୁ ସୁବିଧାର ବ୍ୟବସ୍ଥା କରାଯାଇଥିଲା ।

ଇଡିର ତଦନ୍ତରେ ଏକଥା ଜଣାପଡିଛି କି ମହାଦେବ ଅନଲାଇନ ବୁକ ବେଟିଂ ଆପ ବେଆଇନ ୱେବସାଇଟ ଖୋଲି ବଡ ଧରଣର ଠକେଇ କରୁଥିଲା । ୟୁଜର୍ସ ନାମ ପଂଜକରଣ କରି ବେନାମୀ ଖାତା ଖୋଲି ଖୋଲି ଖୋଟି କୋଟି ଟଙ୍କା ହେରଫେର କରୁଥିଲା । ଛତିଶଗଡରେ ସିଲେଇ ଦୋକାନ କରିଥିବା ସୌରଭ ଚନ୍ଦ୍ରକାର ଓ ରବି ଉପ୍ପଲ ମହାଦେବ ଅନଲାଇନ ବୁକର ମୁଖ୍ୟ ପ୍ରମୋଟର । ଦୁବାଇରେ ବସି କଳାସାମ୍ରାଜ୍ୟ ଖୋଲିଛନ୍ତି । ବେଟିଂରେ ହେଉଥିବା ରୋଜଗାରକୁ ସିଧା ବିଦେଶୀ ବ୍ୟାଙ୍କକୁ ପଠାଇବା ପାଇଁ ବଡ ଧରଣର ମନିଲଡ୍ରିଂ ଅପରେସନ କରୁଥିଲେ । ଏସବୁ ଇଡି ହାତରେ ଲାଗିବା ପରେ ଏମାନଙ୍କୁ ଗିରଫ କରିବାକୁ ପ୍ରସ୍ତୁତ ହେଉଛି ଇଡି । କେବଳ ସେତିକି ନୁହେଁ ଅନଲାଇନ ବେଟିଂ ଆପ ଠକେଇର ମାଷ୍ଟରମାଇଣ୍ଡ ସୌରଭ ଓ ରବି ନାଁରେ ଖୁବ ଶିଘ୍ର ରେଡ କର୍ଣ୍ଣର ନୋଟିସ ମଧ୍ୟ ଜାରି ହୋଇପାରେ । ନେପାଳ,ବାଙ୍ଗଲାଦେଶ ଓ ଦୁବାଇରେ ଲମ୍ବିଛି ଠକଙ୍କ ସାମ୍ରାଜ୍ୟ ।