ସନାତନ ଧର୍ମ ପ୍ରସଙ୍ଗରେ ମାଡ୍ରାସ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ । କୋର୍ଟ କହିଲେ, ବାକ ସ୍ୱାଧୀନତା ଆଳରେ ଘୃଣା ଭାଷଣ ଦେବା ନୁହେଁ ଉଚିତ

229

କନକ ବ୍ୟୁରୋ : ଦେଶରେ ସନାତନ ଧର୍ମକୁ ନେଇ ଆପତିଜନକ ଟିପ୍ପଣୀ ଓ ଏହାକୁ ନେଇ ବିବାଦ ଚାଲିଥିବାବେଳେ ମାଡ୍ରାସ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି । କୋର୍ଟ କହିଛନ୍ତି ବାକ୍ ସ୍ୱାଧୀନତା ବାହାନାରେ ଘୃଣା ଭାଷଣ ନହେଉ । ତାମିଲନାଡୁର ଏକ କଲେଜରେ ସନାତନ ଧର୍ମ ବିରୋଧରେ ଛାତ୍ରଛାତ୍ରୀଙ୍କୁ ନିଜର ମତ ରଖିବାକୁ ଏକ ସରକୁଲାର ଜାରି କରାଯାଇଥିଲା । ଏହା ବିରୋଧରେ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରାଯିବା ସହ ଏହାକୁ ଚ୍ୟାଲେଂଜ କରାଯାଇଥିଲା । ଯାହା ଉପରେ ଶୁଣାଣୀ କରି ବିଚାରପତି ଜଷ୍ଟିସ ଏନ ଦେଷାଇ ଏହି ଟିପ୍ପଣୀ ଦେଇଛନ୍ତି । କୋର୍ଟ କହିଛନ୍ତି ସମ୍ବିଧାନର ଧାରା ୧୯ ଏ ଅନୁସାରେ ବାକ ସ୍ୱାଧୀନତା ରହିଛି    । କିନ୍ତୁ ପ୍ରତ୍ୟକ ଧର୍ମ ବିଶ୍ୱାସ ଉପରେ ଆଧାରିତ । ତେଣୁ ଯେବେ ଧର୍ମ ସମ୍ବନ୍ଧୀୟ ପ୍ରସଙ୍ଗ ଉଠେ ସେତେବେଳେ ବାକ ସ୍ୱାଧୀନତା ପ୍ରୟୋଗ କରାଯାଉଛି । କିନ୍ତୁ ଘୃଣା ଭାଷଣ ଦେଇ କାହାର ମନୋଭାବନା ଉପରେ ଆଘାତ ପହଂଚାଇବା ଉଚିତ ନୁହେଁ । କିଛି ଦିନ ପୂର୍ବରୁ ତାମିଲନାଡୁ ମନ୍ତ୍ରୀ ଉଦୟନିଧି ଷ୍ଟାଲିନ ସନାତନ ଧର୍ମକୁ ଡେଙ୍ଗୁ ମ୍ୟାଲେରିଆ ସହ ତୁଳନା କରିବା ପରେ ଦେଶରେ ବୟାନ ଝଡ ସୃଷ୍ଟି ହୋଇଛି ।