କନକ ବ୍ୟୁରୋ : ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୈାହାନ ଜନ ଆଶ୍ରୀବାଦ ଯାତ୍ରା କରିବା ପାଇଁ ଚନ୍ଦଲାରେ ପହଞ୍ଚିଥିଲେ । ତେବେ ସେଠାରେ ଲୋକମାନଙ୍କୁ ସମ୍ବୋଧୋନ କରି ଆସିବା ବେଳେ କୈାଣସି କାରଣରୁ ମଞ୍ଚରୁ ଓହ୍ଲାଇବା ବେଳେ ତଳେ ପଡିଯାଇଛନ୍ତି । ତେବେ ତାଙ୍କ ପାଖରେ ଥିବା ସୁରକ୍ଷାକର୍ମୀ ଓ ଦଳର ସଦସ୍ୟମାନେ ତଙ୍କୁ ଉଠାଇଥିଲେ । ସେହି ସମୟରେ ପେଣ୍ଡଲ ପାଖରେ ମଧ୍ୟ ପ୍ରବଳ ଭିଡ ଜମିଥିଲା । ପ୍ରକାଶ ଯୋଗ୍ୟ ଯେ, ରାଜ୍ୟରେ ଚଳିତ ବର୍ଷ ଶେଷରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ନିର୍ବାଚନ ପ୍ରଚାର କରିବା ପାଇଁ ଶିବରାଜ ଅନେକ ଜିଲ୍ଲାଗସ୍ତ କରୁଛନ୍ତି । ଅନେକ ଜିଲ୍ଲାଗସ୍ତ କରି ଲୋକମାନଙ୍କୁ ତାଙ୍କ ସରକାରଙ୍କୁ ଭୋଟ ଦେବାପାଇଁ ସମ୍ବୋଧୋନ କରୁଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ତେବେ ସେଠାରେ ଉପସ୍ଥିତ ଥିବା ଲୋକମାନେ କହିଛନ୍ତି ଯେ, ଶିବରାଜ ଯେତେବେଳେ ମଞ୍ଚରୁ ତଳକୁ ଓହ୍ଲାଉଥିଲେ ସେତେ ବେଳେ ତାଙ୍କର କୈାଣସି କାରଣରୁ ଗୋଡ ଖସିଯାଇଥିଲା । ଏହାସହ ଅନେକ ସଭା କରିବା ପରେ ମୁଖ୍ୟମନ୍ତ୍ରୀ ସେଠାରେ ପହଞ୍ଚଥିଲେ । ଯେତେବେଳେ ଭାଷଣ ସରିଲା ତାହା ପରେ ଶିବରାଜ ତଳକୁ ଆସୁଥିବା ସମୟରେ ହିଁ ପାହାଚରେ ଗୋଡ ଖସିଯାଇଥିଲା । ଏହି ବିଷୟରେ ସ୍ଥାନୀୟ ପ୍ରଶାସନ କହିଛି ଯେ, ମୁଖ୍ୟମନ୍ତ୍ରୀଙ୍କ ଲାଗି ଯେଉଁ ସିଡି ଥିଲା ସେଛାରୁ ମନ୍ତ୍ରୀ ଗୋଟାଏ ପରିବର୍ତ୍ତେ ୨ଟି ସିଡିରେ ଗୋଡ ଥୋଇଥିଲେ । ତେଣୁ ସେ ଭାରସ୍ୟାମ ହରାଇ ପଡିଯାଇଥିଲେ । କିନ୍ତୁ ତାଙ୍କ ପାଖରେ ଉପସ୍ଥିତ ଥିବା ଦଳୀୟ କର୍ମୀ ଓ ସୁରକ୍ଷା କର୍ମୀମାନେ ତାଙ୍କୁ ସେଠାରୁ ଉଠାଇଥିଲେ । ଏହି ଘଟଣାରେ କାହାରି ଉପରେ କୈାଣସି କାର୍ଯ୍ୟାନୁଷ୍ଠାନ ହୋଇ ନଥିବା ଜଣାପଡିଛି ।