ସ୍କୁଲରେ ପିଲାଙ୍କୁ ମିଳିବ ନାହିଁ ମାର୍କ । ଛାତ୍ରଛାତ୍ରୀଙ୍କ ମନୋବଳ ବୃଦ୍ଧିକରିବା ଶିକ୍ଷକଙ୍କ ନୂଆ ତରିକା । ଜାଣନ୍ତୁ କ’ଣ

70

ଏବେ ଛାତ୍ରଛାତ୍ରୀଙ୍କ ମୁହଁରେ ହସ ଦେଖିବାକୁ ଚେଷ୍ଟା କରିଛନ୍ତି ମଧ୍ୟପ୍ରଦେଶ ସରକାର । କିପରି କୌଣସି ଚିନ୍ତା ନକରି,ଭୟଭୀତ ନହୋଇ ପାଠପଢିବେ ସେନେଇ ନୂଆ କୌଶଳ ଆପଣାଇଛନ୍ତି । କୋମଳମତି ଶିଶୁଙ୍କ ଉପରେ ପାଠର ଚାପ ନଦେଇ କିଭଳି ଆଗ୍ରହର ସହ ଇଚ୍ଛା ମୁତାବକ ପାଠପଢିବେ ତାଉପରେ ଗୁରୁତ୍ୱ ଦେଇଛନ୍ତି ।

ସରକାରୀ ସ୍କୁଲ ପ୍ରତି ଛାତ୍ରଛାତ୍ରୀଙ୍କୁ ଆକୃଷ୍ଟ ସରକାର ଅନେକ ଯୋଜନା କରୁଛନ୍ତି । କିନ୍ତୁ ମଧ୍ୟପ୍ରଦେଶ ସରକାର ଏକ ନୂଆ ଧରଣର ପରୀକ୍ଷାନିରୀକ୍ଷା କରାଇଛନ୍ତି । ପ୍ରଥମ ଓ ଦ୍ୱୀତିୟ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ମୂଲ୍ୟାଙ୍କନ ଉତ୍ତର ଖାତା ପରିବର୍ତ୍ତ ଏଳ୍ସରସାଇଜ ଖାତରୁ କରାଯିବ । ଫଳରେ ନମ୍ବର ବଦଳରେ ପ୍ରୋତ୍ସାହନସ୍ୱରୁପ ଛାତ୍ରଛାତ୍ରୀଙ୍କୁ ଖୁସି ମିଳିବ । ଏହି ବ୍ୟବସ୍ଥା ଛାତ୍ରଛାତ୍ରୀଙ୍କ ମୁହଁରେ ହସ ଫୁଟାଇବ ବୋଲି ମଧ୍ୟପ୍ରଦେଶ ସରକାରଙ୍କ ପକ୍ଷରୁ କୁହାଯାଇଛି ।

ମଧ୍ୟପ୍ରଦେଶ ସରକାର ସରକାରୀ ଭାବେ ବାର୍ଷିକ ପରୀକ୍ଷାର ମୂଲ୍ୟାଙ୍କନ ପାଇଁ ତାରିଖ ଧାର୍ଯ୍ୟ କରିଛନ୍ତି । ମାର୍ଚ୍ଚ ୭ରୁ ୩୧ ଯାଏ ତୃତୀୟରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କର ବାର୍ଷିକ ପରୀକ୍ଷାରେ ମୂଲ୍ୟାଙ୍କନ କରାଯିବ । ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମୂଲ୍ୟାଙ୍କନ ତାଙ୍କ ଏଳ୍ସସରସାଇଜ ଖାତାରୁ କରାଯିବ । ଫଳରେ ଛାତ୍ରଛାତ୍ରୀ ନମ୍ବରକୁ ନେଇ ଚିନ୍ତାରେ ରହିବେ ନାହିଁ କିମ୍ବା ପାଠକୁ ଭୟଭୀତ ହେବେ ନାହିଁ ବୋଲି କହିଛନ୍ତି ।

ରାଜ୍ୟ ସରକାରଙ୍କ ଶିକ୍ଷାବିଭାଗ, ନମ୍ବର ପରିବର୍ତେ ଛାତ୍ରଛାତ୍ରୀମାନେ ଏକ ଭୟମୁକ୍ତ ପରିବେଶରେ କିଭଳି ଅଧିକ ପାଠ ଶିଖିବେ ତାଉପରେ ଗୁରୁତ୍ୱ ଦେଉଛନ୍ତି । କମ୍ପୁଲସୋରି ଏଜୁକେଶନ ଆକ୍ଟ -୨୦୦୯ରେ ଛାତ୍ରଛାତ୍ରୀଙ୍କ ନିୟମିତ ଶିକ୍ଷା ଉପରେ ପ୍ରାଧାନ୍ୟ ଦେଇଛନ୍ତି ।

ସୌଜନ୍ୟ: ଆଜତକ