ମା’ ମରିଚି ଠାକୁରାଣୀଙ୍କ ମନ୍ଦିରରେ ଭକ୍ତମୟ ପରିବେଶ : ଷୋଡଶ ଦିନାତ୍ମକ ପୂଜାରେ ମା’ଙ୍କ ନିକଟରେ ହୁଏ ଚଣ୍ଡିପାଠ

81

କନକ ବ୍ୟୁରୋ : ପୁରୀ ମା’ ମରିଚିକୋଟ ଛକରେ ରହିଛି ମା’ ମରିଚି ଠାକୁରାଣୀଙ୍କ ମନ୍ଦିର । ଶ୍ରୀମନ୍ଦିର ରୀତିନୀତି ସହ ମା’ଙ୍କ ମନ୍ଦିର ଜଡିତ । ଷୋଡଶ ଦିନାତ୍ମକ ପୂଜାରେ ମା’ଙ୍କ ନିକଟରେ ପ୍ରତ୍ୟେକ ଦିନ ଚଣ୍ଡିପାଠ ହୋଇଥାଏ । ପ୍ରତ୍ୟେକ ଦିନ ମା’ଙ୍କ ଦ୍ୱାର ଫିଟାଯିବା ପରେ ମଙ୍ଗଳ ଆଳତୀ, ମଇଲମ, ଅବକାଶ, ଚନ୍ଦନ ଲାଗି, ବାଳଭୋଗ, ଆଳତୀ ଆଦି ନୀତି ହୋଇଥାଏ ।

ମା’ ଅଷ୍ଟଭୂଜା ବିଗ୍ରହ ହସ୍ତରେ ଖଡଗ, ଅଙ୍କୁଶ, ଶଙ୍ଖ, ଗଦା, ମାଳା, ଚକ୍ର, ତ୍ରିଶୁଳ ଧାରଣ କରିଛନ୍ତି ଓ ମା’ ଶବା ରୁଢା ଅଟନ୍ତି । ମା’ ପରମ ବୈଷ୍ଣବୀ । ମହାସପ୍ତମୀ, ମହାଷ୍ଟମୀ ଓ ମହାନବମୀରେ ଏଠାରେ ଆମିଷ ଭୋଗ ହୋଇଥାଏ । ହେଲେ ମା’ଙ୍କୁ ଭୋଗ କରାନଯାଇ ପାଶ୍ୱଦେବୀ ଛାୟା ଓ ମାୟାଙ୍କୁ ନୈବେଦ୍ୟ କରାଯାଇଥାଏ । ମା’ ପୂର୍ବ ଦିଗରେ ଶ୍ରୀକ୍ଷେତ୍ରର ସୁରକ୍ଷା କରିଥାନ୍ତି । ଶ୍ରୀମନ୍ଦିର ପ୍ରତିଷ୍ଠା ଦିନଠାରୁ ମା’ ଏଠାରେ ଅବସ୍ଥିତ ବୋଲି ଲୋକକଥା ରହିଛି ।