ତୀବ୍ର ହେଉଛି ଚଣ୍ଡିଗଡ MMS ବିବାଦ । ବିଭିନ୍ନ ରାଜ୍ୟକୁ ଲମ୍ବିଛି ଚେର

134

କନକ ବ୍ୟୁରୋ: ମୋହାଲି ଚଣ୍ଡିଗଡ ୟୁନିଭର୍ସିଟିର ବହୁ ଚର୍ଚ୍ଚିତ ଏମଏମଏସ୍ ବିବାଦ ଘନେଇବାରେ ଲାଗିଛି । ଏନେଇ ପୋଲିସ ଅଭିଯୁକ୍ତ ଛାତ୍ରୀ ଓ ତା’ର ପୁରୁଷ ବନ୍ଧୁକୁ ଗିରଫ କରିବା ପରେ ଏହି ମାମଲା ବିଭିନ୍ନ ରାଜ୍ୟକୁ ଲମ୍ବିଛି ବୋଲି ଜଣାପଡିଛି ।

 ଅଭିଯୁକ୍ତ ଛାତ୍ରୀଙ୍କୁ ସହପାଠୀଙ୍କ ଭିଡିଓ ସୁଟିଙ୍ଗ କରିବା ସମୟରେ ୬ଜଣ ଛାତ୍ରୀଙ୍କ ନଜରରେ ଏହା ପଡିଥିଲା । ଏକଥା ସେମାନେ ହଷ୍ଟେଲ ୱାର୍ଡେନଙ୍କ କାନରେ ପକାଇଥିଲେ ଯିଏ ବର୍ତ୍ତମାନ ନିଲମ୍ବିତ ହୋଇସାରିଛନ୍ତି । ଏହାପରେ ଏହି ମାମଲାକୁ ହଷ୍ଟେଲ ମ୍ୟାନେଜରଙ୍କୁ କହିଥିଲେ । ମ୍ୟାନେଜର ଏହି ମାମଲା ପୋଲିସକୁ ଜଣାଇବା ପରେ ମାମଲାର ଛାନବିନ୍ ହୋଇଥିଲା । ସୋସିଆଲ ମିଡିଆରେ ଛାତ୍ରୀମାନେ ନିଜ ନିଜ ଏମଏମଏସକୁ ଦେଖିବା ପରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ, ଯାହା ୟୁନିଭର୍ସିଟିର ଏହି ସଙ୍ଗୀନ ଘଟଣାକୁ ପଦାରେ ପକାଇଥିଲା ।

 ତେବେ ପୋଲିସର ପ୍ରାଥମିକ ତଦନ୍ତ ପରେ ଅଭିଯୁକ୍ତ ଛାତ୍ରୀଙ୍କ ସମ୍ପର୍କରେ ଥିବା ଦୁଇ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତ ଛାତ୍ରୀଙ୍କୁ ବ୍ଲାକ କରିବାକୁ ଯାଇ ଦୁଇ ଯୁବକ ଛାତ୍ରୀଙ୍କୁ  ଝିଅଙ୍କ ଭିଡିଓ ବନାଇବାକୁ ବ୍ଲାକମେଲ କରୁଥିଲେ ବୋଲି କହିଛନ୍ତି ଅଭିଯୁକ୍ତ ଛାତ୍ରୀ ।

 ତେବେ ଗିରଫ ଦୁଇ ଯୁବକଙ୍କ ଫୋନ  ଓ ଅଭିଯୁକ୍ତ ଛାତ୍ରୀଙ୍କ ଫୋନ ଜବତ କରାଯାଇଛି । ଏହି ଫୋନ କଲରୁ ବାହାର ରାଜ୍ୟରେ  ଥିବା ଅନ୍ୟ ଯୁବକ ମାନଙ୍କ ସହ ମଧ୍ୟ ବାରମ୍ବାର ଯୋଗାଯୋଗ କରାଯାଇଥିବା ଜାଣିବାକୁ ପାଇଛି ପୋଲିସ । ଏହି ଘଟଣା ପରେ  ପୋଲିସ ଯାଞ୍ଚକୁ ତୀବ୍ର କରିଛି ।