ଠକ ମହିଳାଙ୍କ ଘର ଆଗରେ ଫିକା ପଡିଯିବ ନେତା ମନ୍ତ୍ରୀଙ୍କ ଘର : ଲୁଟ୍ ଟଙ୍କାରେ ଦାମୀ ଗାଡ଼ି ଚଢ଼ି କରୁଥିଲେ ଅୟସ

195

କନକ ବ୍ୟୁରୋ : ନେତା, ପ୍ରୋଯୋଜକୁ ବ୍ଲାକମେଲିଂ କରି ଗିରଫ ହୋଇଥିବା ମହିଳାଙ୍କ ଘର ଦେଖିଲେ ଆପଣ ତାଜୁବ ହୋଇଯିବେ । ଘର ଏମିତି ହୋଇଛି ଯେ ନେତା, ମନ୍ତ୍ରୀଙ୍କ ଘର ମଧ୍ୟ ଗିରଫ ଯୁବତୀଙ୍କ ଘର ଆଗରେ ଫିକା ପଡିଯିବ । ବିଶାଳ ଅଟ୍ଟାଳିକା, ଦାମୀ ଆସବାବ ପତ୍ର ଦେଖିଲେ, ଦେଖିଲା ଲୋକର ଆଖି ଝଲସି ଯିବ ।

ଘରର ସାଜସଜ୍ଜାରେ ଆଭିଜାତ୍ୟର ଝଲକ ଦେଖିବାକୁ ମିଳିଛି । ଯେ ଦେଖିବ ସହଜରେ କହିପାରିବ ଯୁବତୀ ଜଣକ ଏକ ବିଳାସମୟ ଜୀବନ ବିତାଉଥିଲେ । ଆଉ ମହିଳାଙ୍କ ଜଣକ ଗିରଫ ହେବା ପରେ ସ୍ୱାଭାବିକ ଭାବେ ଏହି ପ୍ରଶ୍ନ ଉଠୁଛି । କଳା ଟଙ୍କାରେ ତିଆରି ହୋଇ ନାହିଁ ତ ଏହି ଘର । ଖାଲି ଘର ନୁହେଁ ବରଂ ଲୁଟ୍ ଟଙ୍କାରେ ଦାମୀ ଗାଡ଼ି ଚଢ଼ି ଅୟସ ଗିରଫ ମହିଳା ଓ ତାଙ୍କ ସ୍ୱାମୀ । ବ୍ଲାକମେଲିଂ ରାକେଟରେ ମହିଳାଙ୍କୁ ସହଯୋଗ କରୁଥିଲେ ସ୍ୱାମୀ । ସ୍ତ୍ରୀ ଗିରଫ ହେବା ପରେ ସ୍ୱାମୀ ଫେରାର ଥିବା ସୂଚନା ରହିଛି ।