କନକ ନ୍ୟୁଜ୍ ନାଁ ନେଇ ଲୋକଙ୍କୁ ଧମକାଉଥିଲେ, ନକଲି ସାମ୍ବାଦିକକୁ ଗିରଫ କଲା ପୋଲିସ୍ ।

89

କନକ ବ୍ୟୁରୋ: ନକଲି ସାମ୍ବାଦିକଙ୍କ ଟଙ୍କା ଡିମାଣ୍ଡ । ନିଜକୁ କନକ ନ୍ୟୁଜ ଟିଭି ଚ୍ୟାନେଲର ପ୍ରତିନିଧି କହି ଟଙ୍କା ଆଦାୟ କରିବାକୁ ପ୍ରୟାସ କରୁଥିବା ବେଳେ ଧରାପଡ଼ିଛି ଠକ । ଏନେଇ ନବରଙ୍ଗପୁର ଚନ୍ଦାହାଣ୍ଡିରେ ଦାୟର ହୋଇଛି ମାମଲା । ଚନ୍ଦାହାଣ୍ଡି ଶରଧାପୁର ପଞ୍ଚାୟତ ସରପଞ୍ଚଙ୍କୁୁ ଧମକ ଦେଇ ୨୦ହଜାର ଟଙ୍କା ଚାନ୍ଦା ମାଗିଥିଲା ଅଭିଯୁକ୍ତ ।

ଏପରିକି ଚାନ୍ଦା ନଦେଲେ ତାଙ୍କ ନାଁରେ ଭିଡ଼ିଓ ଭାଇରାଲ କରିଦେବାର ଧମକ ବି ଦେଇଥିଲା । ଘଟଣା ନେଇ ସରପଞ୍ଚ ଲେବନୀ ମାଝୀ ଥାନାରେ ଏତଲା ଦେଇଥିଲେ । ପାଟଖଲିଆର ଏହି ଯୁବକ ଜବରଦସ୍ତି ଟଙ୍କା ମାଗିବା ସହିତ ଧମକ ଚମକ ଦେଉଥିବା ଥାନାରେ ଲିଖିତ ଅଭିଯୋଗ ଆଣିଛନ୍ତି ସରପଞ୍ଚ । ଘଟଣା ପରେ ଅଭିଯୁକ୍ତ ଫେରାର ହୋଇଯାଇଥିବା ବେଳେ ପୁଲିସ ଛାନଭିନ୍ ଆରମ୍ଭ କରିଛି ।