ଆଇପିଏଲ ପାଇଁ ପ୍ରସ୍ତୁତ ଲକ୍ଷ୍ନୌ ସୁପର ଜାଏଣ୍ଟ, ଜାରି କଲା ନିଜ ଟିମର ଲୋଗ

280

କନକ ବ୍ୟୁରୋ: ଆଇପିଏଲରେ ପ୍ରଥମ ଥର ଭାଗ ନେଉଥିବା ଲକ୍ଷ୍ନୌ ସୁପର ଜାଏଣ୍ଟ ଆଜି ନିଜ ଟିମର ଲୋଗ ଜାରି କରିଛି । ଲକ୍ଷ୍ନୌ ଟିମ ଟ୍ୱିଟରରେ ନିଜ ଟିମର ଲୋଗ ଉନ୍ମୋଚନ କରିଛି । ଲୋଗରେ ବ୍ୟାଟ ସହ ପକ୍ଷୀ ଚିହ୍ନ ରହିଛି । ତେବେ କିଛିଦିନ ତଳେ ଟିମ ନିଜ ନାଁ ଘୋଷଣା କରିଥିବା ବେଳେ ଏବେ ନିଜ ଲୋଗ ଜାରି କରିଛି ।

ଲକ୍ଷ୍ନୌ ସୁପର ଜାଏଣ୍ଟ ଆଇପିଏଲ ଇତିହାସର ସବୁଠାରୁ ଦାମୀ ଟିମ । ଯାହାକୁ ସଞ୍ଜିବ ଗୋୟନିକା ଗ୍ରୁପ ୭୦୯୦ କୋଟି ଟଙ୍କାରେ କିଣିଛି । ଏହି ଟିମର ଅଧିନାୟକ ରହିଛନ୍ତି କେଏଲ ରାହୁଲ । ଯାହାଙ୍କୁ ୧୭ କୋଟି ଟଙ୍କାରେ କିଣିଛି ଦଳ । ସେହିପରି ମାର୍କସ ଷ୍ଟୋଇନିସଙ୍କୁ ୯.୫ କୋଟି ଓ ରବି ବିଶ୍ନୋଇଙ୍କୁ ୪ କୋଟିରେ କିଣିଛି ଦଳ ।