କନକ ବ୍ୟୁରୋ : ରାଉରକେଲାରେ ୨୫ ଲକ୍ଷ ଟଙ୍କା ଲୁଟ୍ ଘଟଣାର ପର୍ଦ୍ଦାଫାସ କଲା ପୁଲିସ । ଗତ ୧ ତାରିଖରେ ସିଏମଏସ ସଂସ୍ଥାର କ୍ୟାସ ଭ୍ୟାନରୁ ଲୁଟ୍ ଘଟଣାରେ ୬ଜଣଙ୍କୁ ଗିରଫ କରିଛି ସୁନ୍ଦରଗଡ ପୁଲିସ । ଏସବିଆଇ ଏଟିଏମରେ ଟଙ୍କା ଭର୍ତି କରିବାକୁ ଗଲାବେଳେ ବାରିଲାପେଟାରେ ଦୁଇଟି ବାଇକରେ ଆସି ୪ଜଣ ଦୁର୍ବୃତ ବନ୍ଧୁକ ମୁନରେ ୨୫ ଲକ୍ଷ ଟଙ୍କା ଲୁଟି ନେଇଥିଲେ ।
Kanak News is now on WhatsApp
Join and get latest news updates delivered to you via WhatsApp
ଲୁଟେରାଙ୍କୁ ଧରିବା ଲାଗି ରାଉରକେଲା ଏସପିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିବାବେଳେ ଏଥିରେ ପୁଲିସ ସଫଳ ହୋଇଛି । ଗିରଫ ୬ଜଣଙ୍କ ଭିତରେ ସିଏମଏସ ସଂସ୍ଥାର ୨ଜଣ କର୍ମଚାରୀ ମଧ୍ୟ ଅଛନ୍ତି । ଏମାନଙ୍କ ନିକଟରୁ ୨୪ ଲକ୍ଷ ୩୫ ହଜାର ଟଙ୍କା ସହ ୩ଟି ବାଇକ, ୧୦ଟି ମୋବାଇଲ ଫୋନ, ୨ଟି ବନ୍ଧୁକ ଓ ଭୂଜାଲି ଜବତ କରିଛି ପୁଲିସ ।